www.samajalive.in
Saturday, December 6, 2025
26.1 C
Bhubaneswar

କୋଭିଡରେ ନାଟ୍ୟକାର, ଅଭିନେତା ପ୍ରଥମ ଓଡିଆ ଚଳଚ୍ଚିତ୍ର ନିର୍ମାତା ବଟରାଜ ଦେବ ଗୋସ୍ବାମୀଙ୍କ ପରଲୋକ

ଭୁବନେଶ୍ବର : ପ୍ରଥମ ଓଡିଆ ଚଳଚ୍ଚିତ୍ର ନିର୍ମାତା , ନାଟ୍ୟକାର, ଅଭିନେତା ବଟରାଜ ଦେବ ଗୋସ୍ବାମୀଙ୍କ ଆଜି କୋଭିଡରେ ପରଲୋକ ହୋଇଯାଇଛି। କଲକାତାରେ ଥିବା ତାଙ୍କ ଝିଅ ପାଖକୁ ଯାଇଥିବା ବେଳେ କରୋନା ଆକ୍ରାନ୍ତ ହୋଇଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଲକାତାର କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତରଙ୍କ ସବୁ ଚେଷ୍ଠା ସତ୍ବେ ସେ ଆଜି ସକାଳେ ମୃତ୍ୟୁବରଣ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ତାଙ୍କ ଧର୍ମପତ୍ନୀ ମଧ୍ୟ କରୋନା ଆକ୍ରାନ୍ତରେ ଗୁରୁତର ହୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି।
ସେ କରୋନାରେ ଆକ୍ରାନ୍ତ ହେବା ପରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ତାଙ୍କୁ ସହାୟତାର ହାତ ବଢାଇଥିଲେ। ତାଙ୍କ ପାଇଁ ଆବଶ୍ୟକ ପଡୁଥିବା ଏକ ଇଂଜେକ୍ସନ ନ ମିଳିବାରୁ ସୁଦର୍ଶନ ତାଙ୍କ ଟୁଇଟରେ ସାହାର୍ୟ୍ୟ ପାଇଁ ଲେଖିଥିଲେ। ଏହା ଜାଣିବା ପରେ ବରିଷ୍ଠ ଆଇପିଏସ ଅଫିସର ଅମିତାଭ ଠାକୁର ତାହା ଯୋଗାଡ କରି ସାହାର୍ୟ୍ୟ କରିଥିଲେ। ହେଲେ ଏତେସବୁ ଚେଷ୍ଠା ସତ୍ବେ ତାଙ୍କର ବଞ୍ଚିବା ସମ୍ଭବ ନ ଥିଲା।

 

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories