www.samajalive.in
Saturday, December 6, 2025
19.1 C
Bhubaneswar

ଆଜିଠୁ ନାଇଟ୍‌ କର୍ଫ୍ୟୁ, ଟ୍ବିନସିଟିରେ ୧୪୪ ଧାରା ଜାରି

ଭୁବନେଶ୍ଵର: କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଜିଠାରୁ ନାଇଟ୍‌ କର୍ଫ୍ୟୁ ଲାଗୁ ହେବାକୁ ଯାଉଛି। ପ୍ରତିଦିନ ରାତି ୯ଟାରୁ ଭୋର ୫ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ବଳବତ୍ତର ରହିବ। ଏହି ପରିପ୍ରେକ୍ଷୀରେ ଟ୍ବିନସିଟ୍‌ କଟକ-ଭୁବନେଶ୍ଵରରେ ପୁଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି। ଉଭୟ ସହରରେ ନାଇଟ୍‌ କର୍ଫ୍ୟୁ ସମୟରେ ୧୪୪ ଧାରା ଲାଗୁ କରାଯିବାକୁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି।

କମିଶନରେଟ ପୁଲିସ ସୂଚନା ଅନୁସାରେ, ୧୪୪ ଲାଗୁ ହୋଇଥିବାରୁ ବାହାରେ ବୁଲିବାକୁ କଡ଼ା ବାରଣ କରାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣକାରୀଙ୍କ ବ୍ୟତୀତ ଅନ୍ୟମାନଙ୍କୁ ବାହାରେ ବୁଲିବା ମନା। ଏହାବ୍ୟତୀତ ନାଇଟ୍‌ କର୍ଫ୍ୟୁ ସମୟରେ ଟ୍ବିନସିଟିରେ ବ୍ୟାପକ ପୁଲିସ ମୁତୟନ କରାଯିବ ବୋଲି କମିଶନରେଟ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ମେଡିକାଲ, ଗଣମାଧ୍ୟମ କର୍ମଚାରୀ, ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଯାତାୟାତ ପାଇଁ ଅନୁମତି ମିଳିବ। ନିଜ ସଂସ୍ଥା ଦ୍ବାରା ପ୍ରଦତ୍ତ ପରିଚୟପତ୍ର ଦେଖାଇ ସେମାନେ ଯାଇପାରିବେ। ରେଳ ଷ୍ଟେଶନ, ବିମାନବନ୍ଦରକୁ ଯାଉଥିବା ପବ୍ଲିକ ଟ୍ରାନ୍ସପୋର୍ଟକୁ ଅନୁମତି  ଦିଆଯିବ। ମେଡିକାଲ ଜରୁରିକାଳୀନ ପରିସ୍ଥିତି ଥିଲେ ସେ ସମ୍ବନ୍ଧୀୟ କାଗଜପତ୍ର ଦେଖାଇବେ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories