www.samajalive.in
Saturday, December 6, 2025
14.1 C
Bhubaneswar

ସୋନୁ ନିଗମଙ୍କ ବିସ୍ଫୋରକ ବୟାନ – ମାଫିଆଙ୍କ କବ୍‌ଜାରେ ବଲିଉଡ ମ୍ୟୁଜିକ

ମୁମ୍ବଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ବଲିଉଡ୍‌ର ବହୁ କଳା କାରନାମା ଉପରୁ ପରଦା ହଟିବାରେ ଲାଗିଛି। ବଲିଉଡ୍‌ରେ ଚାଲିଥିବା ପ୍ରିୟାପ୍ରୀତି ତୋଷଣ ଓ ପରିବାରବାଦ ନେଇ ବହୁ ଅଭିନେତା ମୁହଁ ଖୋଲିବା ପରେ ପୂର୍ବ ପ୍ରଚଳିତ ମାଫିଆରାଜ୍‌ କିପରି ଜାରି ରହିଛି ତାହା ପ୍ରକାଶ କରିଛନ୍ତି ସଙ୍ଗୀତଜ୍ଞ ସୋନୁ ନିଗମ। ବଳିଉଡ୍‌ର ମ୍ୟୁଜିକ୍‌ ବ୍ୟବସାୟ ଏବେ ଦୁଇ ମାଫିଆଙ୍କ ନିୟନ୍ତ୍ରଣରେ ରହିଥିବା ଭଳି ବିସ୍ଫୋରକ ମନ୍ତବ୍ୟ ରଖିଛନ୍ତି ସୋନୁ। ସେ କହିଛନ୍ତି ଯେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ସହିତ ଜଣେ ଅଭିନେତାଙ୍କର ମୃତ୍ୟୁ ଘଟିଲା। ଆଗକୁ ନିଶ୍ଚୟ ଗୀତିକାର ବା ସଙ୍ଗୀତକାର ବା କଣ୍ଠଶିଳ୍ପୀଙ୍କର ଏଭଳି ମୃତ୍ୟୁ ଖବର ମିଳିବ।

ମ୍ୟୁଜିକ ଶିଳ୍ପରେ ଏଭଳି ନିଷ୍ଠୁରତା ନେଇ କେହି ବିସ୍ମୟ ହେବାର ନାହିଁ; କାରଣ ଏହି ଶିଳ୍ପ ଏକାଧିକ ମାଫିଆଙ୍କ କବ୍‌ଜାରେ ରହିଛି। ସେମାନଙ୍କ ମଧ୍ୟରୁ ଦୁଇ ଜଣ ଏବେ ରାଜ୍‌ କରୁଛନ୍ତି। ସେମାନଙ୍କର ଦୁଇଟି କମ୍ପାନୀ ରହିଛି ଏବଂ ସେମାନଙ୍କ ବିନା ମ୍ୟୁଜିକ୍‌ ଜଗତରେ ପତ୍ର ହଲେ ନାହିଁ। କିଏ କେଉଁ ଚଳଚିତ୍ରରେ ଗୀତ ଗାଇବ ବା ନ ଗାଇବ, କିଏ ସ୍ବର ଦେବ ବା ନ ଦେବ ସେହିମାନେ ହିଁ ଧାର୍ୟ୍ୟ କରିଥାଆନ୍ତି। ସମସ୍ତେ ମ୍ୟୁଜିକ୍‌ ବ୍ୟବସାୟକୁ ନିଜ ନିୟନ୍ତ୍ରଣରେ ରଖିବାକୁ ଚାହାନ୍ତି। ସେଥିଯୋଗୁଁ ନୂଆ ପ୍ରତିଭାଙ୍କୁ ଯଥେଷ୍ଟ ସୁଯୋଗ ମିଳେ ନାହିଁ। ଏମିତିକି ସେ ଅଭିନେତା ସଲମାନ ଖାଁଙ୍କ ପ୍ରତି ମଧ୍ୟ ଅଙ୍ଗୁଳି ନିର୍ଦେଶ କରିଛନ୍ତି। ୨୦୧୬ରେ ଅରିଜିତ ସିଂହଙ୍କ କଣ୍ଠରେ ‘ସୁଲତାନ’ ଚଳଚ୍ଚିତ୍ର ପାଇଁ ରେକର୍ଡ ହୋଇଥିବା ଏକ ଗୀତ ସଲମାନଙ୍କ ଯୋଗୁଁ ବାତିଲ ହୋଇଥିବା​ ସେ କହିଛନ୍ତି। ସୋନୁଙ୍କ ଏଭଳି ଅଭିଯୋଗ ନେଇ ଅନେକେ ଟି-ସିରିଜ୍‌, ଜି-ମ୍ୟୁଜିକ ଓ ସ୍ବାଇଆରଏଫ୍‌ ମ୍ୟୁଜିକ କମ୍ପାନୀ ପ୍ରତି ସନ୍ଦେହ ପ୍ରକାଶ କରୁଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories