www.samajalive.in
Monday, December 8, 2025
14.1 C
Bhubaneswar

ରାଜ୍ୟସଭାର ୬୧ ଆସନ ପାଇଁ ନିର୍ବାଚନ – ନିର୍ଦ୍ବନ୍ଦରେ ୪୨ ନିର୍ବାଚିତ ଓ ବିଜେପିକୁ ୮ ଆସନ

ନୂଆଦିଲ୍ଲୀ: ରାଜ୍ୟସଭା​ରେ ଖାଲିଥିବା ୨୦ ରାଜ୍ୟର ୬୧ ଆସନ ପାଇଁ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି। ପୂର୍ବରୁ ଏଥିମଧ୍ୟରୁ ୪୨ଜଣ ବିନା ପ୍ରତିଦ୍ବନ୍ଦ୍ବିତାରେ ନିର୍ବାଚିତ ହୋଇଥିବାବେଳେ ଅବଶିଷ୍ଟ ୮ ରାଜ୍ୟର ୧୯ ଆସନ ପାଇଁ ଶୁକ୍ରବାର ଅନୁଷ୍ଠିତ ନିର୍ବାଚନର ଫଳାଫଳ ଘୋଷିତ ହୋଇଛି। ମଧ୍ୟପ୍ରଦେଶର ୩ ଆସନ ମଧ୍ୟରୁ ବିଜେପି ଦୁଇଟି ଆସନ ଦଖଲ କରିଥିବାବେଳେ କଂଗ୍ରେସ ଗୋଟିଏରେ ବିଜୟୀ ହୋଇଛି। ସେହିପରି ରାଜସ୍ଥାନର ୩ ଆସନରୁ କଂଗ୍ରେସକୁ ଦୁଇଟି ଓ ବିଜେପିକୁ ଗୋଟିଏ ଆସନ ମିଳିଛି। ଗୁଜରାତର ୪ ଆସନ ପାଇଁ ମତଦାନ ହୋଇଥିବାବେଳେ ବିଜେପିକୁ ୩ ଓ କଂଗ୍ରେସକୁ ଗୋଟିଏ ଆସନ ମିଳିଛି।

ଝାଡ଼ଖଣ୍ଡର ୨ ଆସନରୁ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ଓ ବିଜେପିକୁ ଗୋଟିଏ ଲେଖାଏଁ ଆସନ ମିଳିଛି। ଆନ୍ଧ୍ରପ୍ରଦେଶର ୪ ଆସନରୁ ସବୁଗୁଡ଼ିକ ୱାଇଏସ୍‌ଆର କଂଗ୍ରେସ ଖାତାକୁଯାଇଛି। ମଣିପୁରର ଗୋଟିଏ ଆସନ ବିଜେପି ଖାତାକୁ ଯାଇଛି। ମିଜୋରାମ​ରେ ମିଜୋ ନ୍ୟାସନାଲ ଫ୍ରଣ୍ଟ ଏକମାତ୍ର ଆସନରେ ବିଜୟୀ ହୋଇଛି। ମେଘାଳୟରେ ନ୍ୟାସନାଲ ପିପୁଲ୍ସ ପାର୍ଟି ଗୋଟିଏ ଆସନ ହାସଲ କରିଛି। ଏପ୍ରିଲରେ ଖାଲି ହୋଇଥିବା ଏହି ଆସନଗୁଡ଼ିକ ପାଇଁ ଆୟୋଗଙ୍କ ପକ୍ଷରୁ ମାର୍ଚ୍ଚ ୧୮ରେ ନିର୍ବାଚନ ଘୋଷଣା କରାଯାଇଥିଲା। ଅବଶିଷ୍ଟ ୧୯ ଆସନ ପାଇଁ ଧାର୍ୟ୍ୟ କାର୍ୟ୍ୟସୂଚୀ ଅନୁସାରେ ଶୁକ୍ରବାର ସକାଳ ୯ରୁ ୪ଟା ମଧ୍ୟ​ରେ ମତଦାନ କରାଯାଇ ୫ଟାରେ ଗଣତି ଆରମ୍ଭ ହୋଇଥିଲା।

- Advertisement -

ଏହି ନିର୍ବାଚନ ମାଧ୍ୟମରେ ୧୨ଜଣ ପୁନଃ ନିର୍ବାଚିତ ହୋଇଥିବାବେଳେ ୪୩ ନୂଆ ମୁହଁ ରାଜ୍ୟସଭାକୁ ପ୍ରବେଶ କରିଛନ୍ତି। ଏହି ନିର୍ବାଚନରେ ବିଜୟୀ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି ଦେବେଗୌଡ଼ା, କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ, ବିଜେପିରେ ଯୋଗଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ, ଏମ୍‌. ନାମ୍ବି ଦୁରାଇ, କେ.ସି ବେଣୁଗୋପାଳ, ଶିବୁ ସୋରେନ୍‌, କେ.ଆର ସୁରେଶ ରେଡ୍ଡି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories