www.samajalive.in
Saturday, December 6, 2025
26.1 C
Bhubaneswar

ଲକ୍‍ଡାଉନରେ କଳାର ପରିପ୍ରକାଶର – ଚକରେ ମୌସୁମିକୁ ସ୍ୱାଗତ, ଆଳୁରେ ଗୋପବନ୍ଧୁ

ବଲାଙ୍ଗିର: କରୋନା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍‍ଡାଉନ୍‍ ଘୋଷଣା କରିଥିବାବେଳେ ଏହି ସମୟ କିନ୍ତୁ ଶିଳ୍ପୀଙ୍କୁ ସୃଜନର ପରିପ୍ରକାଶ ପାଇଁ ସୁଯୋଗ ଦେଇଛି। ଚିତ୍ରଶିଳ୍ପୀମାନଙ୍କ ମଧ୍ୟରେ ସୃଜନାତ୍ମକ ଓ ଭିନ୍ନ ଭିନ୍ନ ଢଙ୍ଗରେ କଳାର ପରିପ୍ରକାଶ ପାଇଁ ଏକ ପ୍ରୟାସ ମଧ୍ୟ ଏହି ସମୟରେ ଆରମ୍ଭ ହୋଇଥିଲା। ଜଣେ ଚିତ୍ର ଶିଳ୍ପୀ ୧୦ ଦିନ ଯାଏ ନିଜ ଭିତରେ ଥିବା ସୃଜନକୁ ସାମାଜିକ ଗଣମାଧ୍ୟମରେ ଉପସ୍ଥାପନ କରିବା ସହ ଅନ୍ୟ ଚିତ୍ରଶିଳ୍ପୀଙ୍କୁ ଯୋଡିବା ଓ ସାମାଜିକ ବାର୍ତ୍ତା ଦେବା ପାଇଁ ୧୦ଟି ଚିତ୍ର ଉପସ୍ଥାପନ କରିବାକୁ ଆହ୍ୱାନ ବଲାଙ୍ଗିର ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

ବଲାଙ୍ଗିର ଜିଲା ମୁରିବାହାଲ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଶିକ୍ଷକ କେଶବ ମଲ୍ଲିକ ଚିତ୍ର ତଥା ବାଲୁକା ଶିଳ୍ପୀ ଓମପ୍ରକାଶ ସାହୁଙ୍କୁ ଭିନ୍ନ ଭିନ୍ନ ଚିତ୍ର କରି ୧୦ ଦିନ ଯାଏ ଗୋଟିଏ ଗୋଟିଏ ସାମାଜିକ ଗଣମାଧ୍ୟମରେ ଦେବାକୁ ଆହ୍ୱାନ ଦେଇଥିଲେ। ଏହିକ୍ରମରେ ଚିତ୍ରଶିଳ୍ପୀ ଶ୍ରୀ ସାହୁ ସହିଦ ବିର୍ସା ମୁଣ୍ଡାଙ୍କ ଫଟୋ ଆଙ୍କିଥିଲେ। ପରବର୍ତ୍ତୀ ସମୟରେ ସେ ନିଜ ଫଟୋରେ ଭିତରେ ଦାଦନଙ୍କ ଚିତ୍ର ତିଆରି, ଶିଶୁ ଶ୍ରମିକଙ୍କ ଚିତ୍ର ମଧ୍ୟ ସାମାଜିକ ଗଣମାଧ୍ୟମରେ ଛାଡିଥିଲେ। ତରଭୁଜରେ ମାସ୍କ ବ୍ୟବହାର, ଚକ୍‍ ଖଡିରେ ନିଖୁଣ କାରିଗରି ଜରିଆରେ ମୌସୁମୀକୁ ସ୍ୱାଗତ, ବାଲୁକାରେ ରଜ ପାଳନର ଦୃଶ୍ୟ ବେଶ ମନଛୁଆଁ ହୋଇଥିଲା। ସେହିପରି ଆଳୁରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ମୂର୍ତ୍ତି ତିଆରି କରି ବେଶ ପ୍ରଶଂସା ସାଉଁଟିଥିଲେ ଶ୍ରୀ ସାହୁ।

- Advertisement -

ଶ୍ରୀ ସାହୁଙ୍କ ପାଖରେ ସରି ଯାଇ ନଥିଲା ଏହି ସୃଜନାତ୍ମକ ଆଭିମୁଖ୍ୟର ଆହ୍ୱାନ। ଶିଳ୍ପୀ ଶ୍ରୀ ସାହୁ ବରିଷ୍ଠ ଚିତ୍ରଶିଳ୍ପୀ ଦିଲୀପ ସିଂହଦେଓଙ୍କୁ ମଧ୍ୟ ଆହ୍ୱାନ ଦେଇଥିଲେ ୧୦ ଦିନ ଯାଏ ଭିନ୍ନ ଭିନ୍ନ ଚିତ୍ର ସାମାଜିକ ଗଣମାଧ୍ୟମରେ ଦେବା ପାଇଁ। ଏହି ଆହ୍ୱାନ ସହ ଏବେ ଅନେକ କଳାକାର ଯୋଡି ହେଉଛନ୍ତି। ସେମାନଙ୍କ ଲକ୍‍ଡାଉନ୍‍ ସୃଜନ ସାମ୍ନାକୁ ଆସୁଛି। ବ୍ୟସ୍ତତା ଭିତରେ ହଜିଯାଉଥିବା ନିଜର ଅନୁଭୂତି ଓ ଅଭିଜ୍ଞତାକୁ ପରିପ୍ରକାଶର ମଉକା ମିଳିଛି କଳାକାରଙ୍କୁ।

ସୂଚନାଯୋଗ୍ୟ ଯେ, ଶିଳ୍ପୀ ଶ୍ରୀ ସାହୁ ଦେଶ ଓ ବିଦେଶରେ ଜଣେ ବାଲୁକା ଶିଳ୍ପୀ ଭାବେ ପରିଚୟ ପାଇଲେଣି। ସେ କଳାହାଣ୍ଡି ଜିଲା ଗଜବାହାଲ ପଞ୍ଚାୟତର ଡୁଙ୍ଗରମୁଣ୍ଡା ଗାଁର ମୂଳ ନିବାସୀ ହୋଇଥିବା ବେଳେ ବଲାଙ୍ଗିର ସହରରେ ରହୁଛନ୍ତି ଓ ପ୍ରତାପପୁର ସ୍କୁଲରେ ଶିକ୍ଷକତା କରୁଛନ୍ତି। ସେ ଚିତ୍ର ଶିଳ୍ପୀ କି ଶିକ୍ଷକତାରେ ସୀମିତ ନୁହନ୍ତି। ତାଙ୍କ କବିତା, ଚିତ୍ର ଓ ସ୍ୱରରେ ଦୁଃଖି ଗରିବଙ୍କ ବ୍ୟଥା, ଭୋକ, ବିଦ୍ରୋହର ସ୍ପର୍ଶ ଓ ଝଲକ ରହିଥାଏ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories