ସୋନିଆ ଗାନ୍ଧୀ ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଦିଲ୍ଲୀସ୍ଥିତ ‘ସାର୍‌ ଗଙ୍ଗା ରାମ୍‌ ହସ୍ପିଟାଲ୍‌’ରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ, ତାଙ୍କ ଛାତିରେ ସଂକ୍ରମଣ ହୋଇଛି। ତେବେ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି।

ଡାକ୍ତରଖାନା ପକ୍ଷରୁ ସୂଚନା ଦେଇଛି ଯେ, ଚେଷ୍ଟ୍‌ ମେଡିସିନ୍‌ ବିଭାଗର ବରିଷ୍ଠ ଚିକିତ୍ସକ ଡାକ୍ତର ଅରୂପ ବସୁ ଓ ତାଙ୍କ ଟିମ୍‌ ସୋନିଆ ଗାନ୍ଧୀଙ୍କ ଚିକିତ୍ସା କରୁଛନ୍ତି। ଜ୍ୱରରେ ପୀଡ଼ିତ ହେବାରୁ ମାର୍ଚ୍ଚ ୨ ତାରିଖରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଚିକିତ୍ସା ଚାଲିଛି ଏବଂ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି।

 

Comments are closed.