www.samajalive.in
Saturday, December 6, 2025
19.1 C
Bhubaneswar

ଶ୍ରୀନିବାସ ଉଦ୍‌ଗାତା ପାଇବେ ‘ସାହିତ୍ୟ ଭାରତୀ ସମ୍ମାନ’

କଟକ : ବିଶିଷ୍ଟ ସାହିତ୍ୟିକ ତଥା ପଦ୍ମଶ୍ରୀ ଶ୍ରୀନିବାସ ଉଦ୍‌ଗାତାଙ୍କୁ ଚଳିତବର୍ଷର ମର୍ଯ୍ୟାଦାଜନକ ‘ସାହିତ୍ୟ ଭାରତୀ ସମ୍ମାନ-୨୦୨୩’ ପ୍ରଦାନ କରାଯିବ ବୋଲି ଗଙ୍ଗାଧର ଫାଉଣ୍ଡେସନର ସମ୍ପାଦିକା ସୁସ୍ମିତା ରଥ ସୂଚନା ପ୍ରଦାନ କରିଛନ୍ତି।
ଦରଘାବଜାରସ୍ଥିତ ଗଙ୍ଗାଧର ରଥଙ୍କ ବାସଭବନରେ ଏ ନେଇ ଗୁରୁବାର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମାର୍ଚ୍ଚ ୧୯ ତାରିଖରେ କଳାବିକାଶ କେନ୍ଦ୍ରଠାରେ ଆୟୋଜିତ ହେବାକୁ ଥିବା ସାରସ୍ବତ ସମାରୋହରେ ପଦ୍ମଶ୍ରୀ ଉଦ୍‌ଗାତାଙ୍କୁ ଏହି ମର୍ଯ୍ୟାଦାଜନକ ସମ୍ମାନ ସ୍ବରୂପ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶି ଓ କୋଣାର୍କ ମନ୍ଦିରର ଏକ ରୌପ୍ୟ ପ୍ରତିରୂପ ପ୍ରଦାନ କରାଯିବ। ଫାଉଣ୍ଡେସନର ପ୍ରତିଷ୍ଠାତାଙ୍କ ନାମରେ ପ୍ରତିଷ୍ଠିତ ‘ଗଙ୍ଗାଧର ରଥ ସ୍ମାରକୀ ସମ୍ମାନ’ ପାଇବେ ବିଶିଷ୍ଟ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଶ୍ୟାମାମଣୀ ଦେବୀ। ଏହି ସମ୍ମାନ ସହିତ ତାଙ୍କୁ ଏକ ରୌପ୍ୟ ଫଳକୁ ଓ ମାନପତ୍ର ପ୍ରଦାନ କରାଯିବ। କାବ୍ୟ ସାହିତ୍ୟ କ୍ଷେତ୍ରରେ କବି ଭଗବାନ ଜୟସିଂହଙ୍କୁ ‘ଭାନୁଜୀ ରାଓ ସ୍ମାରକୀ ପୁରସ୍କାର’, କଥା ସାହିତ୍ୟ କ୍ଷେତ୍ରରେ ବିଶେଷ କୃତିତ୍ବ ପାଇଁ କଥାକାର ମାନସୀ ଦାସଙ୍କୁ ‘ବୀଣାପାଣି ମହାନ୍ତି କଥା ସାହିତ୍ୟ ପୁରସ୍କାର’ ସ୍ବରୂପ ପ୍ରତ୍ୟେକଙ୍କୁ ୨୫ହଜାର ଟଙ୍କା ଓ ରୌପ୍ୟ ଉପଢୌକନ ପ୍ରଦାନ କରାଯିବ। ସାରସ୍ବତ ପ୍ରତିଭା ଡ. ମୌସୁମୀ ପରିଡା ଏବଂ ସାମ୍ବାଦିକ ରବିନାରାୟଣ ଦାଶଙ୍କୁ ସାହିତ୍ୟ କ୍ଷେତ୍ରରେ ବିଶେଷ ଅବଦାନ ନିମନ୍ତେ ‘ସୁବ୍ରତ ରଥ ସ୍ମାରକୀ ପୁରସ୍କାର’ ସ୍ବରୂପ ୧୦ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଫାଉଣ୍ଡେସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଫାଉଣ୍ଡେସନର ଟ୍ରଷ୍ଟି ଡ. ଜୟନ୍ତ ରଥ, ସମ୍ପାଦିକା ସୁସ୍ମିତା ରଥ, ଡ. ବିଜୟାନନ୍ଦ ସିଂହ, ଆଇନଜୀବୀ ସଞ୍ଜୟ ରଥ, ଡ. ଅଳକା ରଥ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ୧୯୯୬ରୁ ଗଙ୍ଗାଧର ରଥଙ୍କ ଦ୍ବାରା ପ୍ରତିଷ୍ଠିତ ଏହି ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇ ଆସୁଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories