www.samajalive.in
Saturday, December 6, 2025
23.1 C
Bhubaneswar

ଚିରସବୁଜ ଲତାଙ୍କ କଣ୍ଠର ଏହି ଓଡ଼ିଆ ଗୀତ

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଛାପ ଛାଡ଼ି ଯାଇଛନ୍ତି ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକ ।  ଲତା ଓଡ଼ିଆ ଚଳଚ୍ଚିତ୍ର ଜଗତରେ ମଧ୍ୟ ନିଜର କଣ୍ଠ ଦାନ କରିଛନ୍ତି । ଆଜି ବି ତାଙ୍କର ୨ଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ ଓଡ଼ିଆ ସଂଗୀତ ପ୍ରେମୀମାନେ ଗୁଣୁଗୁଣୁ ହେଉଛନ୍ତି । ଚଳଚ୍ଚିତ୍ର ‘ସୂର୍ୟ୍ୟମୁଖୀ’ ଓ ‘ଅରୁନ୍ଧତୀ’ରେ ନିଜର କଣ୍ଠଦାନ କରିଛନ୍ତି ଲତା । ଉଭୟ ଗୀତର ସଙ୍ଗୀତକାର ଥିଲେ ଶାନ୍ତନୁ ମହାପାତ୍ର । ୧୯୬୩ ମସିହାର ଚଳଚ୍ଚିତ୍ର ‘ସୂର୍ୟ୍ୟମୁଖୀ’ର ‘ସେଇ ଚୁନାଚୁନା ତାରା ଫୁଲ’ ଗୀତ ଲତା ଗାଇଥିଲେ । ୧୯୬୮ ମସିହାର ଚଳଚ୍ଚିତ୍ର ‘ଅରୁନ୍ଧତୀ’ର ନିର୍ମାଣ ସମୟରେ ଲତା ‘ଆଜି ମୁଁ ଶ୍ରାବଣୀ’ ଗୀତରେ ଗଣ୍ଠଦାନ କରିଥିଲେ । ଏହି ଦୁଇ ଗୀତ ଆଜିବି ଓଡ଼ିଆ ଦର୍ଶକଙ୍କୁ ବାନ୍ଧି ରଖିଛି ।

ଶୁଣାଯାଏ ସେହି ସମୟରେ ସଙ୍ଗୀତକାର ଶାନ୍ତନୁ ମହାପାତ୍ର ଏହି ସଙ୍ଗୀତ ସଂଯୋଜନା କରିବା ସମୟରେ ଗୀତ ଦୁଇଟିକୁ ଲତା ଗାଇବା ନେଇ ସ୍ଥିର କରିଥିଲେ । ଆଉ ଏନେଇ ପ୍ରଯୋଜକଙ୍କୁ କହିବା ପରେ ଲତାଙ୍କ ପାଖକୁ ଯାଇ ଗୀତର ସ୍ୱର ଶୁଣାଇଥିଲେ । ଗୀତର ସ୍ୱର ଣୁଣିବା ପରେ ଲତା ଗୀତ ଦ୍ୱୟକୁ ଗାଇବାକୁ ଆଗ୍ରହ ପ୍ରକାଶ କରିଥିଲେ । ପରେ ଗୀତ ଦୁଇଟିର ରେକର୍ଡିଂ କରାଯାଇଥିଲା ।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories