www.samajalive.in
Saturday, December 6, 2025
16.1 C
Bhubaneswar

ସରପଞ୍ଚ ନୁହେଁ ଲୋକଙ୍କ ସେବକ ବାଛିବେ ଭୋଟର

ହରଭଙ୍ଗା: ଗାଁ ଗାଁରେ ବଢ଼ିଲାଣି ନିର୍ବାଚନ ତାତି । ପ୍ରାର୍ଥୀ ଘର ଘର ବୁଲି ପ୍ରଚାର ଚଳେଇଲେଣି । ନିର୍ବାଚନକୁ ଓହ୍ଲେଇଥିବା ମାଳ ମାଳ ପ୍ରାର୍ଥୀଙ୍କ ପୁଳା ପୁଳା ପ୍ରତିଶ୍ରୁତିରେ ଭୋଟର କାହାକୁ ଭୋଟଦେବେ ବୋଲି ସ୍ଥିର କରିପାରୁନାହାଁନ୍ତି । ଦୀର୍ଘ ୫ବର୍ଷର ବିକାଶ କଥାକୁ ଦେଖିଲେ କେଉଁଠି ଲୋକଙ୍କୁ ପିଇବା ପାଣି ଟୋପାଏ ମିଳୁନି ତ ଆଉ କେଉଁଠି ଲୋକଙ୍କ ପାଇଁ ରାସ୍ତା ଖଣ୍ଡିଏ କି ମୁଣ୍ଡଗୁଞ୍ଜିବାକୁ ଘର ଖଣ୍ଡିଏ ନାହିଁ, ପେଟ ପୋଷିବାକୁ କାମ ଖଣ୍ଡିଏ ନାହିଁ । ଏଭଳି ସ୍ଥିତି ସରକାରଙ୍କ ପଞ୍ଚାୟତରାଜ ବ୍ୟବସ୍ଥାର ଅସଲ ଚେହେରାକୁ ପଦାରେ ପକାଇଛି। ଗ୍ରାମାଞ୍ଚଳ ବିକାଶ ପାଇଁ ଆସୁଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସତ୍ୱେ ଏହା ଲୋକଙ୍କ ପାଖରେ ପହଞ୍ଚିପାରୁନାହିଁ । ଯାହାଫଳରେ ଆଜି ବି ପଂଚାୟତରାଜ ବ୍ୟବସ୍ଥା ଗାଁ ଗାଁରେ ବିପର୍ୟ୍ୟସ୍ତ ହୋଇପଡିଛି । ୧୯୬୭ ମସିହାରେ କୁଶଙ୍ଗ ପଞ୍ଚାୟତ ସ୍ଥାପିତ ହୋଇଥିଲା । ୨୦୧୭ରେ କୁଶଙ୍ଗ ପଞ୍ଚାୟତରୁ ମହାଲ୍ଲିକପଡା ପଞ୍ଚାୟତ ଅଲଗା ପରେ ଏହାର ପରୀସୀମା ସଂକୀର୍ଣ୍ଣ ହୋଇଥିଲା ।

ବର୍ତ୍ତମାନ ୮ଟି ରାଜସ୍ୱ ଗ୍ରାମ ୧୨ଟି ଓାର୍ଡକୁ ନେଇ ଗଠିତ ହୋଇଥିବା କୁଶଙ୍ଗ ପଞ୍ଚାୟତରେ ୧୨୮୯ ପରିବାରରେ ୫ହଜାର୧୦୪ ଜଣ ଲୋକ ବସବାସ କରନ୍ତି । ସେଥିରୁ ୧୫୨୫ ଅନୁସୂଚିତ ବର୍ଗର,୪୧୨ ଅନୁସୂଚିତଜନଜାତି ବର୍ଗର ହୋଇଥିବା ବେଳେ ଅନ୍ୟାନ୍ୟ ବର୍ଗର ୩୧୬୭ ଜନସଂଖ୍ୟା ରହିଛି । ଏହି ପଞ୍ଚାୟତରେ ୩ହଜାର୭୯୪ଜଣ ଭୋଟର ରହିଛନ୍ତି । ପଞ୍ଚାୟତ ଗଠନର ୫୫ ବର୍ଷ ପରେ ବି ପୁରୁଣା ପଞ୍ଚାୟତ ଭାବେ ଏହାର ବିକାଶ ଯେତିକି ମାତ୍ରାରେ ହେବା କଥା ତାହା ହୋଇନାହିଁ । ସେହି ପରିମାଣରେ ଗାଁ ଗୁଡିକରେ ଆଜି ବି ରାସ୍ତା,ପିଇବା ପାଣି,ଶିକ୍ଷା,ସ୍ୱାସ୍ଥ୍ୟ ଭଳି ମୌଳିକ ସମସ୍ୟା ଲାଗିରହିଛି । ଚଳିତ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ଆସନ ଅସଂରକ୍ଷିତ ରହିଛି। ସରପଞ୍ଚ ଆସନ ପାଇଁ ଏଥର ଜିତେନ୍ଦ୍ର ବେହେରା, ସଞ୍ଜୟ ଦେହୁରୀ ଭଳି ଦୁଇଜଣ ଯୁବ ପ୍ରାର୍ଥୀ ମଇଦାନକୁ ଓହ୍ଲେଇଛନ୍ତି । ଗତଥର ଜିତେନ୍ଦ୍ର ସଞ୍ଜୟଙ୍କ ପନ୍ତ୍ରୀ ପୁଷ୍ପାଞ୍ଜଳି ଠାରୁ ପରାଜୟ ବରଣ କରିଥିଲେ । ଏଥର ପୁଷ୍ପାଞ୍ଜଳିଙ୍କ ସ୍ୱାମୀ ସଞ୍ଜୟଙ୍କ ସହ ଆଉଥରେ ଜିତେନ୍ଦ୍ରଙ୍କ ଲଢେଇ ପାଇଁ ମଇଦାନକୁ ଓହ୍ଲେଇଛନ୍ତି । ଫଳରେ ଦୁଇଜଣଙ୍କ ମଧ୍ୟରେ ପୁର୍ନବାର ଲଢେଇ ଜୋରଦାର ହେବ ବୋଲି କୁହାଯାଉଛି । ଜିତେନ୍ଦ୍ର ପାରିବାରିକ ରାଜନୀତି ହଟାଇବା ମୁଦାନେଇ ଭୋଟରଙ୍କ ପାଖକୁ ଯାଉଥିବା ବେଳେ ସଞ୍ଜୟ ୫ବର୍ଷର ବିକାଶ କଥା କହି ଭୋଟରଙ୍କ ପାଖକୁ ଯାଉଛନ୍ତି । ହେଲେ ଭୋଟର କାହାକୁ କିଭଲି ଗ୍ରହଣ କରୁଛନ୍ତି ତାକୁ ନେଇ ରାଜନୈତିକ ଅଙ୍କକଷା କୁଶଙ୍ଗରେ ଜୋରଧରିଛି ।

- Advertisement -

ଭୋଟରଙ୍କ ମତାମତ

ସୋମନାଥ ଧଳ: ରାଜନୀତି ଏବେ ବୈବସାୟିକ ନୀତିରେ ପରିଣତ ହୋଇଛି। ରାଜା ଆଉ ପ୍ରଜା କଥା ଶୁଣୁନାହାଁନ୍ତି । ଅର୍ଥବଳରେ ନିର୍ବାଚନ ଜିତିଲା ପରେ ୫ବର୍ଷରେ ସେତକ ଆଦାୟ ପାଇଁ ଚିନ୍ତା କରୁଛନ୍ତି । ଯାହାଫଳରେ ନେତା ଆଉ ଜନତାଙ୍କ ମଧ୍ୟରେ ଘନିଷ୍ଠତା ରହୁନାହିଁ । ଫଳରେ ଗାଁର ସମସ୍ୟା ଦୂର ହେବା ଯାଗାରେ ପୂର୍ବପରି ଯେଉଁଠି ସେହିଟି ଅଟକି ଯାଉଛି । ଏବେ ବି ଆମ ମହୁଲଧର ଗାଁକୁ ବନ୍ୟାରେ ଧୋଇ ହୋଇଯାଇଥିବା ରାସ୍ତା ନିର୍ମାଣ ହୋଇପାରିନାହିଁ । ଗାଁରେ ଘରେ ଘରେ କିଡନୀ ରୋଗାକ୍ରାନ୍ତ ରହିଥିଲେ ସୁଦ୍ଧା ବିଶୁଦ୍ଧ ପାଣି ଟୋପାଏ ଲୋକେ ପାଇପାରୁନାହିଁ । ବହୁ ଲୋକଙ୍କ ଆବାସ ଘର ମିଳିନାହିଁ । ମନରେଗା କାମ କଣ ଆମ ଲୋକେ ଜାଣନ୍ତି ନାହିଁ। ପଞ୍ଚାୟତ ଉପକଣ୍ଠ ଗାଁର ଲୋକେ ଆଜି ବି ମୌଳିକ ସମସ୍ୟା ଦେଇ ଗତିକରୁଛନ୍ତି।ଏଥର ଭୋଟ ଆସିଛି ଯିଏ ଆମର ଗୁହାରୀ ଶୁଣିବ ତାକୁ ହିଁ ଭୋଟ ଦେବୁ କୌଣସି ପରିସ୍ଥିତିରେ ପଇସାରେ ବିକ୍ରି ହେବୁ ନାହିଁ।

ପରମାନନ୍ଦ ହାତୀ: ଆମ ଗାଁରେ ୫ବର୍ଷରେ ସେଭଳି ଆଖିଦୃଶିଆ ବିକାଶ ହୋଇନାହିଁ।ରାସ୍ତା,ପାଣି ଅନ୍ୟାନ୍ୟ ସମସ୍ୟା ଆଗପରି ଗାଁରେ ରହିଛି । ନେତା ଜିତିଲା ପରେ ଜନତାଙ୍କ କଥା ପାଶୋରୀ ଦେଉଛନ୍ତି ,ଧରାଛୁଆଁ ଦେଉନାହିାଁନ୍ତି।ଆଗରୁ ନେତାମାନେ ଘର ଘର ଆସୁଥିଲେ ଲୋକଙ୍କ ସୁଖ ଦୁଃଖରେ ସାମିଲ ହେଉଥିଲେ । ଆଗର ନେତା ଆଜିର ନେତା କେବଳ ବ୍ୟକ୍ତିଗତ ସ୍ୱାର୍ଥପାଇଁ ରାଜନୀତି କରୁଛନ୍ତି । ତେଣୁ ଏଥର ସରପଞ୍ଚ ନୁହେଁ ଯିଏ ଲୋକଙ୍କ ସେବା କରିବ ଆମେ ତାକୁ ହିଁ ଭୋଟଦେବୁ ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories