www.samajalive.in
Friday, December 5, 2025
17.1 C
Bhubaneswar

ବହୁଜନ ସମାଜ ପାର୍ଟି ସମର୍ଥନରେ ସରପଞ୍ଚ ପ୍ରାର୍ଥୀ ସାରାବୁ ନିଶିକାଙ୍କ ମାରାଥନ ପ୍ରଚାର

କଲ୍ୟାଣସିଂହପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୈତିକ ଊଷ୍ମତା ବଢିବାକୁ ଲାଗିଛି ।ଏହାକୁ ନେଇ ବିଜେଡି, କଂଗ୍ରେସ, ବିଜେପି ,ସ୍ୱାଧୀନ ପାର୍ଟି ଓ ବହୁଜନ ସମାଜ ପାର୍ଟି ମଧ୍ୟ ମାରାଥନ ପ୍ରଚାର ଆରମ୍ଭ କରିଛନ୍ତି। ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଆଜି ଅସ୍ଥାୟୀ କାର୍ଯ୍ୟାଳୟ ଉଦଘାଟନ କରିଥିଲେ । ଏଥିରେ ଜିଲା ପରିଷଦ, ସରପଞ୍ଚ, ସମିତି ସଭ୍ୟ ସମେତ ଦଳୀୟ ନେତା କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ । ସୁନା ଖଣ୍ଡି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ସାରାବୁ ନିଶିକା ବହୁଜନ ସମାଜ ପାର୍ଟି ସମର୍ଥନରେ ପ୍ରାର୍ଥୀ ହୋଇଛନ୍ତି । ଏହା ପୂର୍ବରୁ ସରପଞ୍ଚ ଭାବେ ପଞ୍ଚାୟତରେ ଦାୟିତ୍ବ ତୁଲାଇ ଅନେକ ଜନକଲ୍ୟାଣ କାଯ୍ୟ କରି ଅଞ୍ଚଳରେ ବେଶ ପ୍ରଶଂସା ସାଉଁଟିଥିଲେ । ଏଥର ବିଜୟୀ ହେଲେ ଅଧୁରା ରହିଥିବା ସମସ୍ତ କାର୍ଯ୍ୟଗୁଡିକ ସମାଧାନ କରିବା ସହ ପଞ୍ଚାୟତର ସର୍ବାଙ୍ଗୀନ ଊନ୍ନତି କରିବା ଓ ଆଦର୍ଶ ପଞ୍ଚାୟତ ଭାବେ ଗଢ଼ି ତୋଳିବା ମୁଖ୍ୟ ଉଦ୍ଦେଶ୍ୟ ରହିବ ବୋଲି ଆଶାୟୀ ପ୍ରାର୍ଥୀ ସାରବୁ କହିଛନ୍ତି । ବହୁଜନ ସମାଜ ପାର୍ଟିର କର୍ମୀ, ନେତାମାନଙ୍କୁ ଧରି ଗାଁ ଗାଁ, ଘର ଘର ବୁଲି ଭୋଟ ଭିକ୍ଷା କରିଛନ୍ତି । ସେ ଜଣେ ଲୋକପ୍ରିୟ ନେତା ଭାବେ ପଞ୍ଚାୟତରେ ବେଶ୍ ଜଣାଶୁଣା।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

Related Articles

Popular Categories