www.samajalive.in
Sunday, December 14, 2025
19.1 C
Bhubaneswar

ଓଲଟିଲା ଦୁଲ୍‌ଦୁଲି ଗାଡ଼ି : ୨ମୃତ, ୯ ଆହତ

ସୋନପୁର : ବିଳମ୍ବିତ ରାତିରେ ଏକ ବାହାଘର ସାରି ପୁଣି ଏକ ବାହାଘରରେ ଯୋଗ ଦେବାକୁ କଳାହାଣ୍ଡି ଥିଲେ ଦୁଲ୍‌ଦୁଲି ପାର୍ଟି (ବାଜା ଦଳ) । ତେବେ ରାସ୍ତାରେ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହେବାରୁ ୨ଜଣଙ୍କ ଜୀବନହାନୀ ଘଟିଥିବାବେଳେ ୯ ଜଣ ଆହତ ହୋଇଛନ୍ତି। ସୁବର୍ଣ୍ଣପୁର ସହର ଉପକଣ୍ଠ ହରଡ଼ଖୋଲ ଫାଣ୍ଡି ନିକଟ ୫୭ ନମ୍ବର ଜାତୀୟ ରାଜପଥରେ ଘଟିଛି ଏହି ଘଟଣା।

ସୂଚନା ଅନୁସାରେ, ରାମପୁର ଅଞ୍ଚଳରୁ ବୌଦ୍ଧ ଜିଲା ମନମୁଣ୍ଡା ଥାନା ଅଞ୍ଚଳର ଏକ ବରଯାତ୍ରୀ ଶୋଭାଯାତ୍ରାରେ ବାଜା ବଜାଇବାକୁ ୨୬ ଜଣ ଲୋକଙ୍କୁ ନେଇ ବରଗଡ଼ ଜିଲାରୁ ‘ଦିଲଖୁସ୍ ଦୁଲ୍‌ଦୁଲି ବଜା’ ନାମକ ଏକ ଦୁଲଦୁଲି ବାଜା ପାର୍ଟି ଗାଡ଼ି ଆସିଥିଲା। ସେଠାରେ ବାଜା ବଜାଇବା ପରେ ପୁଣି ସେହି ଗାଡ଼ିଟି କଳାହାଣ୍ଡିକୁ ଯାଉଥିଲା। ତେବେ ସୋନପୁର-ବଲାଙ୍ଗିର ଜାତୀୟ ପଥର ହରଡ଼ଖୋଲ ନିକଟରେ ଗାଡ଼ିଟି କୌଣସି କାରଣରୁ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

- Advertisement -

ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିଥିଲେ। ବରଗଡ଼ ଜିଲା ତୁରା ଗ୍ରାମର ମଣ୍ଟୁ ଛତ୍ରିଆ (୨୫) ଓ ସୁଦାମ ସିକା (୨୫) ଗାଡ଼ି ଚାପି ହୋଇଯାଇ ହୋଇଯାଇଥିଲେ। କଟର୍ ସାହାଯ୍ୟରେ ଗାଡ଼ିକୁ କାଟି ଉଭୟଙ୍କୁ ଗୁରୁତର ଅବସ୍ଥାରେ ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଉଭୟଙ୍କ ମୃତ୍ୟୁ ହୋଇ ସାରିଥିବା ଡାକ୍ତର ସେଠାରେ ଘୋଷଣା କରିଥିଲେ।

ଦୁର୍ଘଟଣାରେ କଳାହାଣ୍ଡିର ଦୁଷ୍ମନ୍ତ ଷ୍ମନ୍ତ ମହନ୍ତ (୨୭) ଗୁରୁତର ଆହତ ହୋଇଥିବା ବେଳେ ବରଗଡ଼ ଜିଲାର କାହ୍ନା ଦୀପ (୩୫), କୁଶ ତାଣ୍ଡି (୩୨), ସୁଶାନ୍ତ ବାରିକ (୨୫), ଛାଟୁ ତାଣ୍ଡି (୨୨), ଚନ୍ଦନ ବାଗ (୨୬), ସଦାନନ୍ଦ ପାଇକ (୨୨) ଓ ସାହିଦ ସୁନା (୨୧) ଆହତ ହତ ହୋଇଛନ୍ତି। ସମସ୍ତଙ୍କୁ ଆମ୍ବୁଲାନ୍ସ ମ୍ବୁଲାନ୍ସରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଏମାନଙ୍କ ମଧ୍ୟ ମଧ୍ୟରୁ ୩ ଜଣ- ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏ ସଂକ୍ର ସଂକ୍ରାନ୍ତରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି ବୋଲି ହରଡ଼ଖୋଲ ଫାଣ୍ଡି ଅଧିକାରୀ ଦିଲିପ ସାହୁ ସୂଚନା ଦେଇଛନ୍ତି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories