www.samajalive.in
Sunday, December 14, 2025
26.1 C
Bhubaneswar

ଆତଙ୍କବାଦ ବିରୋଧରେ ଭାରତର ଯୁଦ୍ଧକୁ ଜର୍ମାନୀର ସମର୍ଥନ

ସମାଜ ଡିଜିଟାଲ ଡେସ୍କ: ପହଲଗାଓଁରେ ଘଟିଥିବା ଆତଙ୍କବାଦୀ ଆକ୍ରମଣର କଡ଼ା ଜବାବ ଦେଇଛି ଭାରତ। ଭାରତର ଏହି ପଦକ୍ଷେପକୁ ଜର୍ମାନୀ ଦୃଢ଼ ସମର୍ଥନ ଜଣାଇଛି। ଜର୍ମାନୀର ବିଦେଶ ମନ୍ତ୍ରୀ ଜୋହାନ ଓ୍ବେଡଫୁଲ୍‌ ଆତଙ୍କୀ ଆକ୍ରମଣକୁ କଡ଼ା ଶବ୍ଦରେ ନିନ୍ଦା କରି କହିଛନ୍ତି, ଭାରତକୁ ଆତଙ୍କବାଦ ବିରୋଧରେ ଆତ୍ମରକ୍ଷା କରିବାର ସମ୍ପୂର୍ଣ୍ଣ ଅଧିକାର ରହିଛି।

ଓ୍ବେଡଫୁଲ୍‌ କହିଛନ୍ତି, ଏପ୍ରିଲ ୨୨ରେ ପହଲଗାଓଁରେ ଘଟିଥିବା ଆତଙ୍କୀ ଆକ୍ରମଣରେ ଆମେ ସ୍ତବ୍ଧ। ଭାରତକୁ ନିଶ୍ଚିତ ରୂପେ ଆତଙ୍କବାଦ ବିରୋଧରେ ନିଜର ରକ୍ଷା କରିବାର ପୂରା ଅଧିକାର ରହିଛି।

- Advertisement -

ସେ ଆହୁର କହିଛନ୍ତି ଯେ, ଭାରତ ଏବଂ ଜର୍ମାନୀ ମଧ୍ୟରେ ଆତଙ୍କ ବିରୋଧୀ ସହଯୋଗ ଦିଗରେ ନିୟମିତ ଆଲୋଚନା ଜାରି ରହିଛି। ଆଗାମୀ ଦିନରେ ଏହାକୁ ଅଧିକ ମଜଭୁତ କରାଯିବ।

ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ୟୁରୋପ ଗସ୍ତରେ ଅଛନ୍ତି। ୟୁରୋପର ୩ଟି ଦେଶକୁ ସେ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଜର୍ମାନୀ ପୂର୍ବରୁ ଜୟଶଙ୍କର ବର୍ଲିନ ଯାଇଥିଲେ, ଯେଉଁଠାରେ​‌ ସେ ଆତଙ୍କବାଦକୁ ଭାରତ ବରଦାସ୍ତ କରିବ ନାହିଁ ବୋଳି କହିଥିଲେ। ଭାରତ କେବେ ବି ପରମାଣୁ ବ୍ଲାକମେଲ ଆଗରେ ମୁଣ୍ଡ ନୁଆଁଇବ ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ।

Hot this week

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

Related Articles

Popular Categories