www.samajalive.in
Monday, December 15, 2025
16.1 C
Bhubaneswar

କ୍ୟାମେରାରେ କଏଦ ସୋନମ୍‍ ଓ ୩ ଅଭିଯୁକ୍ତ

ସମାଜ ଡିଜିଟାଲ ଡେସ୍କ: ରାଜା ରଘୁବଂଶୀ ହତ୍ୟାକାଣ୍ଡ ଘଟଣାରେ ଆଉ ଏକ ବଡ ଖୁଲାସା ହୋଇଛି । ୨୩ମେ ରେ ସିଲଂରେ ଘଟିଥିବା ଘଟଣାର ପୁରା ଦୃଶ୍ୟ ଏକ କ୍ୟାମେରାରେ କଏଦ ହୋଇଛି । ଦେବେନ୍ଦ୍ର ସିଂହ ନିଜ ପତ୍ନୀଙ୍କ ସହ ବୁଲିବାକୁ ଯାଇଥିବା ବେଳେ ଭିଡ଼ିଓ ସୁଟିଂ କରିଥିଲେ । ଏହି ସମୟରେ ରାଜା ରଘୁବଂଶୀ ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ ମାନେ ତାଙ୍କ କ୍ୟାମେରାରେ କଏଦ ହୋଇଛି । ଯାହାକୁ ପୁଲିସ ଏକ ବଡ ପ୍ରମାଣ ହିସାବରେ ନେଇଛି । ମାମଲାରେ ଦେବେନ୍ଦ୍ରଙ୍କ ବୟାନ ରେକର୍ଡ କରିବାକୁ ପୁଲିସ କହିଛି । ହରିୟାଣାର ସୋନିପତରୁ ଟ୍ରାଭେଲର ଦେବେନ୍ଦ୍ର ସିଂହ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ସେୟାର କରିଥିଲେ । ଯେଉଁଥିରେ ସୋନମଙ୍କ ସହିତ ୩ଜଣ ଅଭିଯୁକ୍ତଙ୍କୁ ଦେଖିବାକୁ ମିଳିଛି ।

ଏହି ଭିଡ଼ିଓଟି ୨୩ମେ ରେ ସୁଟିଂ କରାଯାଇଥିଲା । ଯେତେବେଳେ ରାଜା ଏବଂ ସୋନମ ଡବଲ୍‍ କ୍ରସିଂ କରି ସେତୁ ନିକଟକୁ ଯାଇଥିଲେ । ଆକାଶ, ଆନନ୍ଦ ଏବଂ ବିଶାଲଙ୍କୁ ପ୍ରଥମେ ସକାଳ୯ଟା୨୫ମିନିଟରେ ନୋଗ୍ରୀୟାଟ୍‍ ଗାଁ ପାଖରେ ଆସୁଥିବାର ଦେଖାଯାଇଥିଲା । ୨୦ ମିନିଟ ପରେ ୯ଟା ୪୫ମିନିଟରେ ସୋନମଙ୍କୁ ସେହି ରାସ୍ତାରେ ଆଗ ଓ ପଛରେ ରାଜାଙ୍କୁ ଦେଖିବାକୁ ମିଳିଥିଲା ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories