www.samajalive.in
Sunday, December 7, 2025
13.1 C
Bhubaneswar

ବୃଷ୍ଟିପୃଷ୍ଟ ଅଞ୍ଚଳ ଉନ୍ନୟନ ଯୋଜନା ବାଟବଣା

ହରଭଙ୍ଗା: କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ଚାଷୀ ପରିବାରକୁ ଅଧିକ କୃଷି ଉତ୍ପାଦନ ବୃଦ୍ଧି ସାଙ୍ଗକୁ ଜୀବିକା ଅଗ୍ରଗତି ଲକ୍ଷ୍ୟରେ ଜଳଛାୟା ବିଭାଗ ଜରିଆରେ ବୃଷ୍ଟିପୃଷ୍ଟ ଅଞ୍ଚଳ ଉନ୍ନୟନ ଯୋଜନାରେ ୩୦ହଜାର ଟଙ୍କା ଲେଖାଏଁ ସରକାରୀ ପ୍ରୋତ୍ସାହନ ରାଶି ଯୋଗାଇ ଦେଉଛନ୍ତି। ମାତ୍ର ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଦିବାସୀ ବହୁଳ ଅଞ୍ଚଳ ଭାବେ ଜଣାଶୁଣା ତଳଗାଁ କ୍ଲଷ୍ଟରରେ ଏହି ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ବିଶେଷକରି ଚାଷୀଙ୍କ ସରଳତାର ସୁଯୋଗ ନେଇ କିଛି ଦଲାଲ୍ ଚାଷୀଙ୍କଠାରୁ ମୋଟା ଅଙ୍କର ଟଙ୍କା ଅସୁଲ କରିଥିବା ମଧ୍ୟ ଅଭିଯୋଗ ପଦାକୁ ଆସିଛି।

ଅନ୍ୟପଟେ ଗୋଟିଏ ଗୋଟିଏ ଜିଆଖତ ସିମେଣ୍ଟ କୁଣ୍ଡରେ ଦୁଇଜଣ ହିତାଧିକାରୀଙ୍କ ନାମ ଲେଖାଯାଇ ଯୋଜନା ଅର୍ଥ ବାଟମାରଣା କରାଯାଇଥିବା ଭଳି ସାଂଘାତିକ ଘଟଣା ନଜରକୁ ଆସିଛି। ଏହା ସହିତ ଦୋକାନକରି ବ୍ୟବସାୟ କରୁଥିବା ହିତାଧିକାରୀଙ୍କୁ ମଧ୍ୟ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିବା ଅଭିଯୋଗ ହୋଇଛି। ଯୋଜନାରେ ଏଭଳି ଅନିୟମିତତା ଜଳଛାୟା ବିଭାଗର ଦୃଷ୍ଟିଗୋଚର ନ ହେବା ଘଟଣା ଦୁର୍ନୀତି ଏବଂ ବାଟମାରଣା ପଛରେ ଏମାନଙ୍କ ସମ୍ପୃକ୍ତିକୁ ସିଧାସଳଖ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।

- Advertisement -

ପ୍ରକାଶ ଯେ, କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ବୃଷ୍ଟିପୃଷ୍ଟ ଅଞ୍ଚଳ ଉନ୍ନୟନ ଯୋଜନାରେ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ମଜଭୁତ କରିବା ଲକ୍ଷ୍ୟରେ ପାଣ୍ଠି ଯୋଗାଇ ଦେଉଛନ୍ତି। ଏଥିପାଇଁ କୃଷି, ଉଦ୍ୟାନକୃଷି, ପ୍ରାଣୀଚିକିତ୍ସା ବିଭାଗ ସାଙ୍ଗକୁ ମତ୍ସ୍ୟ ବିଭାଗ ସହଭାଗିତାରେ ଚାଷୀ ଚୟନ ପାଇଁ କଡ଼ା ପ୍ରାବଧାନ ରହିଛି। ଅନ୍ୟପଟେ ପ୍ରଥମତଃ ଜଣେ ଚାଷୀ ସମନ୍ୱିତ କୃଷି ଅନ୍ତର୍ଭୁକ୍ତ ହୋଇଥିବା ବାଧ୍ୟତାମୂଳକ। ଏହା ସହିତ ଚାଷୀ ସମନ୍ୱିତ କୃଷି ଯୋଜନାରେ ବିଭିନ୍ନ ଶସ୍ୟଜାତୀୟ ଫସଲଠାରୁ ଆରମ୍ଭ କରି ଉଦ୍ୟାନକୃଷି ଯୋଜନାରେ ବିଭିନ୍ନ ପନିପରିବା, ଫଳଜାତୀୟ ବୃକ୍ଷ ଚାଷ ସହିତ ପ୍ରାଣୀପାଳନ ଯୋଜନାରେ ଗାଈ, ମଇଁଷି, ମେଣ୍ଢା, ଛେଳି, କୁକୁଡ଼ା, ବତକ ଭଳି ସମନ୍ୱିତ କୃଷି କରୁଥିବା ଆବଶ୍ୟକ। ସମନ୍ୱିତ କୃଷି ସହିତ ମାଛ ଜାଆଁଳ ଉତ୍ପାଦନ ୟୁନିଟି, ମହୁମାଛି ଚାଷ, ଘାସ ଚାଷ ଏବଂ ଜିଆଖତ ଉତ୍ପାଦନ ମଧ୍ୟରୁ ଯେକୌଣସି ଗୋଟିଏ କମ୍ପୋନେଣ୍ଟ ଥିଲେ ଏହି ଯୋଜନାରେ ଚାଷୀଙ୍କୁ ୩୦ହଜାର ଟଙ୍କା ଲେଖାଏଁ ଜଳଛାୟା ବିଭାଗ ପକ୍ଷରୁ ଯୋଗାଇ ଦେବାର ନିୟମ ରହିଛି। ହିତାଧିକାରୀ ଚୟନ ପାଇଁ କୃଷି, ଉଦ୍ୟାନକୃଷି, ପ୍ରାଣୀପାଳନ ଏବଂ ମତ୍ସ୍ୟ ବିଭାଗ ଅଧିକାରୀଙ୍କ ସମନ୍ୱୟରେ ଏବଂ ପ୍ରତ୍ୟକ୍ଷ ତତ୍ୱାବଧାନରେ ହିତାଧିକାରୀ ଚୟନ କରାଯିବାର କଡା ପ୍ରାବଧାନ ରହିଛି। ମାତ୍ର ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଜଳଛାୟା ବିଭାଗ ପକ୍ଷରୁ ୨୦୨୫-୨୬ ଆର୍ଥିକ ବର୍ଷରେ ତଳଗାଁ କ୍ଲଷ୍ଟରରେ ବୃଷ୍ଟିପୃଷ୍ଟ ଅଞ୍ଚଳ ଉନ୍ନୟନ ଯୋଜନାରେ ମନଇଛା ହିତାଧିକାରୀ ଚୟନ କରାଯାଇ ଶାଗମାଛ ପରି ଅନୁଦାନ ରାଶି ବଣ୍ଟନ ହୋଇଥିବା ଅଭିଯୋଗ ହୋଇଛି। ଯାହାଫଳରେ ତଳଗାଁ କ୍ଲଷ୍ଟରରେ ଏହି ଯୋଜନା ବାଟବଣା ହେବା ସହିତ ଚାଷୀଙ୍କ ଅନୁଦାନ ରାଶିକୁ ଦଲାଲ ଜରିଆରେ ଆଦାୟ କରି ତଳୁ ଉପର ଯାଏଁ ଭାଗବଣ୍ଟା କରି ଚଳୁ କରିଥିବା ଅଭିଯୋଗ ଉଠୁଛି। ଏହାର ଉଚ୍ଚସ୍ତରୀୟ ଭିଜିଲାନ୍ସ ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ଲୋକଲୋଚନକୁ ଆସିପାରିବ ବୋଲି ସାଧାରଣରେ ମତପ୍ରକାଶ ପାଉଛି। ଏ ସମ୍ପର୍କରେ ବୌଦ୍ଧ ଜଳଛାୟା ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ମହାନ୍ତିଙ୍କୁ ପଚାରିବାରୁ, ସର୍ବନିମ୍ନ ଦୁଇଟି କମ୍ପୋନେଣ୍ଟ ରହିଥିବା ହିତାଧିକାରୀଙ୍କୁ ଡିବିଟି ଜରିଆରେ ୩୦ହଜାର ଟଙ୍କା ଅନୁଦାନ ରାଶି ପ୍ରଦାନ କରାଯାଇଛି। ଗୋଟିଏ ଗୋଟିଏ କୁଣ୍ଡରେ ଦୁଇ ଦୁଇ ଜଣ ହିତାଧିକାରୀଙ୍କ ନାମ ଲେଖାଯାଇ ଅନୁଦାନ ରାଶି ବାଟମାରଣା କରାଯାଇଥିବା ବିଷୟରେ ପଚାରିବାରୁ ତଦନ୍ତ କଲେ ଜଣାପଡ଼ିବ ବୋଲି କହିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories