www.samajalive.in
Friday, December 5, 2025
27.1 C
Bhubaneswar

ଜି-୭ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ; ଆତଙ୍କବାଦ ପ୍ରସଙ୍ଗ ଉଠାଇ କହିଲେ ପହଲଗାଓଁ ଆକ୍ରମଣ କେବଳ ଭାରତରେ ନୁହେଁ ବରଂ…

ସମାଜ ଡିଜିଟାଲ ଡେସ୍କ: ୫୧ତମ ଜି-୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଭାଷଣ ରଖିଛନ୍ତି । ସୁରକ୍ଷା ଚ୍ୟାଲେଞ୍ଜ ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ଆତଙ୍କବାଦ ବିରୁଦ୍ଧରେ ବିଶ୍ୱ ଲଢେଇକୁ ମଜବୁତ କରିବା ପାଇଁ ଆହ୍ୱନ ଦେଇଛନ୍ତି । ଏହାସହିତ ଆତଙ୍କବାଦଙ୍କ ବିରୋଧରେ ଲଢେଇରେ ଭାରତକୁ ଦିଆଯାଇଥିବା ଦୃଢ ସମର୍ଥନ ପାଇଁ ବିଶ୍ୱ ସମ୍ପ୍ରଦାୟକୁ ଧନ୍ୟବାଦ ଜଣାଇଥିଲେ । ସେ କହିଛନ୍ତି ଯେ ‘ପହଲଗାଓଁ ଆତଙ୍କବାଦୀ ଆକ୍ରମଣ କେବଳ ଭାରତ ଉପରେ ନୁହେଁ, ବରଂ ସମଗ୍ର ମାନବତା ଉପରେ ଆକ୍ରମଣ ଥିଲା । ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଦେଶକୁ ବିଶ୍ୱର ବଡ ଦେଶ କରିଥିବା ସହାୟତା ପ୍ରସଙ୍ଗ ମଧ୍ୟ ଉଠାଇଥିଲେ ।

ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନକୁ ବିଶ୍ୱର ବଡ ଦେଶଗୁଡିକଠାରୁ ମିଳିଥିବା ସାହାଯ୍ୟ ପ୍ରସଙ୍ଗ ଉଠାଇଥିଲେ । ବିଶ୍ୱରେ ଶାନ୍ତି ଏବଂ ସମୃଦ୍ଧି ପାଇଁ ଆମର ଚିନ୍ତାଧାରା ଏବଂ ନୀତି ସ୍ପଷ୍ଟ ହେବା ଉଚିତ ବୋଲି ମୋଦୀ କହିଛନ୍ତି । ଭାରତର ପଡୋଶୀ ଦେଶରେ ଆତଙ୍କବାଦ ପାଇଁ ଭୂମି ଉତ୍ପନ୍ନ ରହିଛି । ଯଦି କୌଣସି ଦେଶ ଆତଙ୍କବାଦକୁ ସମର୍ଥନ କରେ ତେବେ ତାକୁ ଏହାର ମୂଲ୍ୟ ଦେବାକୁ ପଡିବ ବୋଲି ମୋଦୀ ସ୍ପଷ୍ଟ ଭାବେ କହିଛନ୍ତି ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories