www.samajalive.in
Saturday, December 6, 2025
23.1 C
Bhubaneswar

ବାନ୍ଧବୀଙ୍କୁ ଉପହାର ଦେବାକୁ ପୁଅ ଚେନ ବିକିଲା; ମା’ କହିଲେ ଚୋରି ହୋଇଯାଇଛି

ରାଜକୋଟ: ବାନ୍ଧବୀକୁ ମନେଇବାକୁ ଦାମୀ ଉପହାର ଆବଶ୍ୟକ ଥିଲା। କିନ୍ତୁ ପାଖରେ ଟଙ୍କା ନଥିଲା। ସେଥିପାଇଁ ଜଣେ ଯୁବକ ନିଜ ମା’ଙ୍କ ସୁନା ଚେନ୍‍ ବିକ୍ରି କରି ସେହି ଟଙ୍କାରେ ବାନ୍ଧବୀ ପାଇଁ ଉପହାର କିଣିଦେଲେ। କିନ୍ତୁ ଚେନକୁ ନେଇ ତାଙ୍କ ମା’ ପୁଲିସ ଆଗରେ ପୁରା ନାଟକ କଲେ। ମହିଳା ଜଣକ କହିଲେ, ତିନିଜଣ ବନ୍ଧୁକଧାରୀ ତାଙ୍କ ଘରଭିତରକୁ ବଳପୂର୍ବକ ପ୍ରବେଶ କରି ସୁନା ଚେନ ଏବଂ ତାହା ସହିତ ୩୦ ହଜାର ଟଙ୍କା ନେଇ ପଳାଇଯାଇଛନ୍ତି। ଅବଶ୍ୟକ ପୁଲିସର ଜେରା ପରେ ମହିଳାଙ୍କ ପୁଅ ସତକଥା ମାନିଯାଇଥିଲେ।
ଘଟଣା ଘଟିଛି ଗୁଜରାଟର ଜାମନଗର ଜିଲା ନବଗାମ୍‍ ଘେଦ ଅଞ୍ଚଳରେ। ବୁଧବାର ଦିନ ମହିଳା ପୁଲିସକୁ ଡାକି ତାଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ କଲେ। ସେ କହିଲେ ଯେ ତିନିଜଣ ବନ୍ଧୁକଧାରୀ ତାଙ୍କ ଘରେ ପଶି ୧୧ ତୋଳା ଓଜନର ସୁନା ଚେନ ଏବଂ ନଗଦ ୩୦ ହଜାର ଟଙ୍କା ନେଇ ପଳାଇଯାଇଛନ୍ତି। ପୁଲିସର ଏକ ଦଳ ଏବଂ ସ୍ଥାନୀୟ ଅପରାଧ ନିୟନ୍ତ୍ରଣ ଶାଖାର ଜଣେ ଅଧିକାରୀ ମହିଳାଙ୍କ ଘରେ ପହଞ୍ଚି ତଦନ୍ତ ଆରମ୍ଭ କଲେ। ସେମାନେ ଦେଖିଲେ ଘର ଭିତରେ ଆସବାବପତ୍ର ଓ ଅନ୍ୟାନ୍ୟ ଜିନିଷ ଏଣେତେଣେ ବିଛାଡି ହୋଇ ପଡିଛି। ମହିଳା ଜଣକ ଏହା ମଧ୍ୟ କହିଥିଲେ ତାଙ୍କ ପୁଅ ଡକାୟତଙ୍କ ପିଛା କରି ଯାଇଛନ୍ତି। ଏହାପରେ ସେଠାରେ ଲାଗିଥିବା ସିସିଟିଭି ଫୁଟେଜକୁ ପୁଲିସ କାଢି ଯାଞ୍ଚ କରିଥିଲା। କିନ୍ତୁ ସେଥିରୁ ସେଭଳି କିଛି ସନ୍ଦେହଜନକ ଘଟଣା ଜଣାପଡିନଥିଲା। ତାହାପରେ ପୁଲିସ ଉକ୍ତ ମହିଳାଙ୍କ ପୁଅ ବାବୁ ଯୋଗାଲଙ୍କୁ ଡକାଇଲା। ବାବୁ ପତ୍ନୀ ପରିତ୍ୟକ୍ତା। ତାଙ୍କୁ ଜେରା କରାଯିବା ପରେ ସବୁ ସତକଥା ପଦାକୁ ଆସିଥିଲା। ଘଟଣାର ଦୁଇଦିନ ପୂର୍ବରୁ ବାବୁଙ୍କ ବଡଭାଇ ତାଙ୍କ ମା’ଙ୍କୁ ଚେନ କଥା ପଚାରିବାରୁ ମା’ ଓ ବାବୁ ମିଶି ଏଭଳି ନାଟକ ରଚନା କରିଥିବା ପୁଲିସ ଆଗରେ କହିଥିଲେ। ବାବୁଙ୍କୁ ତାଙ୍କ ପତ୍ନୀ ଛାଡି ଚାଲିଯିବା ପରେ ବାବୁ ଅନ୍ୟଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। ତାଙ୍କ ପାଇଁ ଦାମୀ ଉପହାର କିଣିବାକୁ ବାବୁ ମା’ଙ୍କ ଚେନ ନେଇ ବିକ୍ରି କରିଥିବା ପୁଲିସ ନିକଟରେ ପ୍ରକାଶ କରିଥିଲା।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories