ଗୁଡଭେଲା : ସାମାନ୍ୟ ବର୍ଷା ଟିକିଏ ହେଲେ ଲାଇନ କାଟି ଦେଉଥିବାରୁ ବିଦ୍ୟୁତ ଉପଭୋକ୍ତା ମହଲରେ ଅସନ୍ତୋଷ ଦେଖାଦେଇଛି। ଗୁଡ଼ଭେଳା ବ୍ଳକ ୮ଟି ପଞ୍ଚାୟତର ୫୮ଟି ଗାଁରେ ଗୁରୁବାର ଅପରାହ୍ନ ୩ଘଣ୍ଟା ସମୟରେ ବିଦ୍ୟୁତ ବନ୍ଦ ହୋଇ ଯିବାରୁ ଝିପି ଝିପି ବର୍ଷାରେ ନାହିଁ ନଥିବାର ଅସୁବିଧା ସମ୍ମୁଖୀନ ହୋଇଛନ୍ତି ସାଧାରଣ ଲୋକ । କେବଳ ତୁଷୁରା ଅଞ୍ଚଳକୁ ଛାଡି ତେଳନଦୀରୁ ଗମ୍ଭାରିଗୁଡା ପଞ୍ଚାୟତରେ ପର୍ୟ୍ୟନ୍ତ ବିଦ୍ୟୁତ ସରବାହ ବନ୍ଦ ହୋଇଯାଇଥିଲା। ସନ୍ଧ୍ୟା ପ୍ରାୟ ୪ଟାରୁ ସାମାନ୍ୟ ବର୍ଷାରେ ୩ ଟା ରୁ ୭.୩୦ ଘଣ୍ଟା ପର୍ୟ୍ୟନ୍ତ ବିଦ୍ୟୁତ କାଟ ହୋଇଥିଲା। ଏହି ସମାନ୍ୟ ବର୍ଷାରେ ତଥା ହୁର୍ ହୁରିଆ ପବନରେ ବିଦ୍ୟୁତ କାଟ ହେଉଥିବାରୁ ଲୋକମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖିବାକୁ ମିଳିଛି ।
Popular Categories



