www.samajalive.in
Saturday, December 6, 2025
19.1 C
Bhubaneswar

ସିଡିଏସ୍ ରାୱତ ଓ ତାଙ୍କ ପତ୍ନୀ ମଧୁଲିକାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ତାଙ୍କ ୨ ଝିଅଙ୍କ ସହ ଅନ୍ୟ ବିଶିଷ୍ଟ ବ୍ୟକ୍ତି

ନୂଆଦିଲ୍ଲୀ : ତାମିଲନାଡୁର ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ସିଡିଏସ୍ ବିପିନ ରାୱତଙ୍କ ସମେତ ଅନ୍ୟ ୧୩ ଜଣଙ୍କୁ ବିଶିଷ୍ଟ ବ୍ୟକ୍ତିମାନେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଆଜି ସିଡିଏସ୍ ବିପିନ ରାୱତଙ୍କ ସମେତ ଅନ୍ୟ ୧୩ ଜଣଙ୍କୁ ଅନ୍ତିମ ବିଦାୟ ଦିଆଯିବ।
ଏହାପୂର୍ବରୁ ବିପିନ ରାୱତଙ୍କ ପାର୍ଥିବ ଶରୀରକୁ ଶୁକ୍ରବାର ବେସ ହସ୍ପିଟାଲରୁ ତାଙ୍କ ବାସଭବନକୁ ଅଣାଯାଇଛି।
ଏଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସିଡିଏସ୍ ରାୱତ ଓ ତାଙ୍କ ପତ୍ନୀ ମଧୁଲିକାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ସାଧାରଣ ନାଗରିକମାନେ ସକାଳ ୧୧ ଟାରୁ ୧୨.୩୦ ପର୍ୟ୍ୟନ୍ତ ରାୱତ ଦମ୍ପତିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ଏହା ପରେ ଅପରାହ୍ନ ୧୨:୩୦ ରୁ ୦୧:୩୦ ମଧ୍ୟରେ ସୈନ୍ୟ ଅଧିକାରୀମାନେ ଶ୍ରଦ୍ଧାଞ୍ଜଳି ଦେବେ। ଅପରାହ୍ନ ୨ ଟାରେ ତାଙ୍କ ପାର୍ଥିବ ଶରୀରକୁ ଶେଷକୃତ୍ୟ ସମ୍ପନ୍ନ ପାଇଁ ଦିଲ୍ଲୀର ବ୍ରାର ସ୍କୋୟାରରେ ନିଆଯିବ ।
ସିଡିଏସ୍ ରାୱତ ଓ ତାଙ୍କ ପତ୍ନୀ ମଧୁଲିକାଙ୍କୁ ତାଙ୍କ ୨ ଝିଅ କ୍ରିତ୍ତିକା ଓ ତାରିଣୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ସିଡିଏସ୍ ବିପିନ ରାୱତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି, କଂଗ୍ରେସ ନେତା ହରିଶ ସିଂ ରାୱତ ମଧ୍ୟ ଜେନେରାଲ ବିପିନ ରାୱତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବିଭିନ୍ନ ଧର୍ମର ନେତାମାନେ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସିଡିଏସ୍ ବିପିନ ରାୱତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେହିପରି କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାରଗେ , ପୂର୍ବତନ ପ୍ରତିରକ୍ଷାମନ୍ତ୍ରୀ ଏ.କେ ଆନଟୋନୀ ସିଡିଏସ୍ ରାୱତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଡିଏମକେ ନେତା ଏ ରାଜା ଓ କାନି ମୋଝି ସିଡିଏସ୍ ରାୱତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ବିଜେପିର ରାଷ୍ଟ୍ରୀୟ ସଭାପତି ଜେପୀ ନଡ୍ଡା ,କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସିଡିଏସ୍ ରାୱତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ରାଷ୍ଟ୍ରୀୟ ପରାମର୍ଶଦାତା ଅଜିତ୍‍ ଡୋଭଲ ସିଡିଏସ୍ ରାୱତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

 

- Advertisement -

 

 

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories