www.samajalive.in
Sunday, December 7, 2025
23.1 C
Bhubaneswar

ଯୋଗ୍ୟତା ଥାଇ ମଧ୍ୟ ଚାକିରି ପାଉନାହାନ୍ତି କି? ତେବେ ଆପଣାନ୍ତୁ ଏହି ଉପାୟ

ଗୋଟିଏ ଭଲ ଚାକିରି ପାଇବାକୁ ସମସ୍ତଙ୍କ ଆଶା ଥାଏ। ହେଲେ ବହୁ ସମୟରେ ଯୋଗ୍ୟତା ଥାଇ ମଧ୍ୟ କିଛି ଲୋକଙ୍କୁ ଚାକିରି ମିଳି ନଥାଏ। ଜ୍ୟୋତିଷଶାସ୍ତ୍ର ଅନୁସାରେ, ଗ୍ରହମାନେ ହିଁ ଏସବୁର କାରଣ, ଯାହାଦ୍ୱାରାକି ସେମାନଙ୍କ ହେବାକୁ ଥିବା କାମ ବିଗିଡ଼ି ଯାଇଥାଏ। ତେବେ ଚାଲନ୍ତୁ ଜାଣିବା ଏପରି କିଛି ଉପାୟ ବିଷୟରେ ଯାହାକୁ ଆପଣାଇବା ଦ୍ୱାରା ଚାକିରି କ୍ଷେତ୍ରରେ ଦେଖା ଦେଉଥିବା ବାଧା, ବିଘ୍ନକୁ ଆପଣ ଏଡ଼ାଇ ପାରିବେ –

– ସକାଳୁ-ସକାଳୁ ପକ୍ଷୀମାନଙ୍କୁ ଦାନା ଖୁଆଇବା ଦ୍ୱାରା ଚାକିରି ନମିଳିବା ସମସ୍ୟା ଦୂର ହୋଇଥାଏ। ପ୍ରତିଦିନ ପକ୍ଷୀମାନଙ୍କ ପାଇଁ ସାତ ପ୍ରକାରର ଶସ୍ୟ ମିଶାଇ ଦାନା ପକାନ୍ତୁ, ଚାକିରି ନିଶ୍ଚୟ ମିଳିବ।
– ବଜରଙ୍ଗବଲୀଙ୍କ ପୂଜା କରନ୍ତୁ। ଘରେ ଭଗବାନ ହନୁମାନଙ୍କ ଉଡ଼ୁଥିବା ଅବସ୍ଥାର ଫଟୋ ଲଗାନ୍ତୁ ଓ ପ୍ରତିଦିନ ତାଙ୍କ ପୂଜା କରନ୍ତୁ। ଏହାଦ୍ୱାରା ଆପଣଙ୍କ ସମସ୍ତ ଚିନ୍ତା ଦୂର ହେବ ଓ ଖୁବ୍‍ଶୀଘ୍ର ଭଲ ଚାକିରି ମିଳିବ।
– ପ୍ରତ୍ୟେକ ଶନିବାର ଶନିଦେବଙ୍କ ପୂଜା କରିବା ଦ୍ୱାରା ଜୀବନରେ ଆସୁଥିବା ସମସ୍ତ ବାଧା-ବିଘ୍ନ ଦୂର ହୋଇଥାଏ। ପ୍ରତ୍ୟେକ ଶନିବାର ତାଙ୍କ ପୂଜା କରିବା ସମୟରେ ‘ଓଁ ଶଂ ଶନୈଶ୍ଚରାୟ ନମଃ’ ମନ୍ତ୍ରକୁ ୧୦୮ଥର ଜପ କରନ୍ତୁ। ଏହାଦ୍ୱାରା ଆପଣଙ୍କ ରାଶିରେ ଥିବା ସମସ୍ତ ବାଧା-ବିଘ୍ନ ଦୂର ହୋଇଯିବ ଓ ଶୀଘ୍ର ଚାକିରି ମିଳିବ।
– ଚାକିରି ପାଇଁ ହେଉଥିବା ସାକ୍ଷାତକାର ପାଇଁ ଯିବା ପୂର୍ବରୁ ଘରୁ ଦହି ଓ ଚିନି ଖାଇ ବାହାରନ୍ତୁ ଓ ବାହାରିବା ସମୟରେ ପ୍ରଥମେ ଡାହାଣ ଗୋଡ଼ ବାହାର କରନ୍ତୁ।
– ସାକ୍ଷାତକାର ପାଇଁ ଯିବା ପୂର୍ବରୁ ଗୋଟିଏ ଲେମ୍ବୁ ନେଇ ତା’ଉପରେ ଚାରି ଦିଗରେ ଚାରିଟି ଲବଙ୍ଗ ପୋତି ଦିଅନ୍ତୁ। ଏହାକୁ ଧରି ‘ଓଁ ଶ୍ରୀ ହନୁମନ୍ତେ ନମଃ’ ମନ୍ତ୍ରକୁ ୧୦୮ଥର ଜପ କରନ୍ତୁ ଓ ତାକୁ ନିଜ ପାଖରେ ରଖନ୍ତୁ। ଏପରି କଲେ ଚାକିରି ଶୀଘ୍ର ମିଳିଥାଏ।
– ଯେଉଁଦିନ ସାକ୍ଷାତକାର ଥିବ ସେଦିନ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରନ୍ତୁ। ସ୍ନାନ ଜଳରେ କିଛି ହଳଦୀ ଗୁଣ୍ଡ ମିଶାନ୍ତୁ। ସ୍ନାନପରେ ଭଗବାନଙ୍କ ପାଖରେ ୧୧ଟି ଧୂପ ଜଳାଇ ନିଜ ଇଚ୍ଛା କୁହନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories