ବରଫ ଭିତରେ ରହୁଥିବା ସିଆଚୀନ୍ ସୈନିକଙ୍କ ଗାଧୁଆ ଚିନ୍ତା ଶେଷ, ସେମାନଙ୍କୁ ମିଳିବ ଜଳମୁକ୍ତ ଜେଲ୍

0

ନୂଆଦିଲ୍ଲୀ .. – ଦେଶର ସୁରକ୍ଷା ପାଇଁ ସିଆଚୀନ୍‌ରେ ଅନେକ ସୈନ୍ୟ ଛାଉଣୀ ରହିଛି । ବର୍ଷର ଅଧିକାଂଶ ସମୟ ଏଠାରେ ତାପମାତ୍ର – ୬୦ ଡିଗ୍ରୀ ସେଣ୍ଟିଗ୍ରେଡରୁ କମ୍‌  ରହିଥାଏ।  ଏହିସ୍ଥାନରେ ମୁତୟନ ଥିବା ସୈନ୍ୟମାନେ ଶୀତ ଋତୁର ତିନିମାସ ପ୍ରାୟ ୯୦ ଦିନ ଆଦୌ ସ୍ନାନ କରନ୍ତି ନାହିଁ  । ତେବେ ସ୍ନାନ ନ କରିବା ଯୋଗୁଁ ଅନେକ ପ୍ରକାରର ଚର୍ମ ରୋଗ ଓ ସଂକ୍ରମଣ ହେବାର ଆଶଙ୍କା ରହିଥାଏ । ଏଥିପାଇଁ ଆଇଆଇଟି ଦିଲ୍ଲୀର ପୂର୍ବତନ ଛାତ୍ରମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସ୍ୱତନ୍ତ୍ର ଧରଣ ଜଳ ମୁକ୍ତ ଜେଲ୍‌ ବ୍ୟବହାର କରିବେ ।

ସିଆଚୀନ୍‌ରେ ଭାରତ ୩୦୦୦ ସୈନିକ ମୁତୟନ ଅଛନ୍ତି । ୨୧,୭୦୦ ବର୍ଗଫୁଟ୍  ଉପରେ ପ୍ରାୟ -୬୦ ସେଣ୍ଟିଗ୍ରେଡରେ ଦେଶର ସୁରକ୍ଷା ପାଇଁ ମୁତୟନ ହୋଇଛନ୍ତି । ଏହିସ୍ଥାନରେ ପାଣି ପାଇଁ ବହୁ କଷ୍ଟ କରିବାକୁ ପଡିଥାଏ।  ବରଫକୁ ପାଣି କରିବା ବି ବହୁକଷ୍ଟକର ।  ସେହି ସ୍ଥାନରେ ଏହି ଜଳମୁକ୍ତ ଜେଲ୍‌ ବହୁ ଉପାଦେୟ । ଚୀନ୍‌ସୀମାରେ ମୁତୟନ ଥିବା ଭାରତୀୟ ସୈନିକମାନଙ୍କୁ ପରୀକ୍ଷାମୂଳକ ଭାବେ ଏହି ଜେଲ୍‌ ବ୍ୟବହାର କରିବା ପାଇଁ ଦିଆଯାଇଥିଲା । ଏହି ଜେଲ୍‌ ବେଶ୍‌ ଭଲ୍‌ କାମ ଦେଉଥିବା ସୈନିକମାନେ ମତ ଦେବା ପରେ  ଭାରତୀୟସେନାର କଲକାତାରେ ଥିବା ଇଷ୍ଟର୍ଣ୍ଣ କମାଣ୍ଡ ପକ୍ଷରୁ ଏହି ଜେଲ୍‌ ବ୍ୟବହାର କରାଯିବା ପାଇଁ ଶବୁଜ ସଙ୍କେତ ଦିଆଯାଇଛି । ଇଣ୍ଟର୍ଣ୍ଣ କମାଣ୍ଡ ଚୀନ ସହ ବିବାଦୀୟ ସୀମାରେ  ସୁରକ୍ଷା କାର୍ଯ୍ୟରେ ନିୟୋଜିତ ରହିଛି ।

ଏହିସ୍ଥାନରେ ତାପମାତ୍ର -୬୦ ଡିଗ୍ରୀ ସେଣ୍ଟିଗ୍ରେଡ ତଳେ ରହୁଥିବାରୁ ସ୍ନାନ କରିବା ଅତି କଷ୍ଟକର କାର୍ଯ୍ୟ । ତେବେ ଏହି ଜେଲ୍‌ରେ ଜଣେ ସୈନିକ ସପ୍ତାହକୁ ଦୁଇଥର ସ୍ନାନ ପରି ସ୍ୱଚ୍ଛତା ପାଇପାରିବେ । ଏଥିପାଇଁ ମାତ୍ର ୨୦ ମିଲିଲିଟର ଜେଲ୍‌ ବ୍ୟବହାର କରାଯିବ ।

Leave A Reply