www.samajalive.in
Saturday, December 6, 2025
14.1 C
Bhubaneswar

ମାଟି ପାତ୍ରର ବ୍ୟବହାର ଦ୍ବାରା ଜୀବନର ଅନେକ ସମସ୍ୟା ଦୂର ହୁଏ

ଆମ ଶରୀର ପାଞ୍ଚଟି ତତ୍ତ୍ବର ସମ୍ମିଳନ ଦ୍ବାରା ତିଆରି ହୋଇଥାଏ। ସେହି ପାଞ୍ଚଟି ତତ୍ତ୍ବ ମଧ୍ୟରୁ ମାଟି ଗୋଟିଏ। ବାସ୍ତୁଶାସ୍ତ୍ରରେ ଏହାର ଅନେକ ମହତ୍ତ୍ବ ବିଷୟରେ ବର୍ଣ୍ଣନା କରାଯାଇଛି। ବାସ୍ତୁଶାସ୍ତ୍ର ଅନୁସାରେ, ଆମେ ଯେତେ ପ୍ରାକୃତିକ ଦ୍ରବ୍ୟ ନିକଟରେ ରହିବା ସେଥିରୁ ଆମ ଶରୀରକୁ ଶକ୍ତି ମିଳିବ। ମାଟିର ପାତ୍ରକୁ ବ୍ୟବହାର କରିବା ଦ୍ବାରା ଅନେକ ସୁଫଳ ମିଳିଥାଏ। ଏହାର ଅନେକ ଧାର୍ମିକ ଓ ବୈଜ୍ଞାନିକ କାରଣ ରହିଛି। ଜ୍ୟୋତିଷଶାସ୍ତ୍ର ଅନୁସାରେ, ମାଟି ପାତ୍ର ଘରେ ରଖିବା ଦ୍ବାରା ଘରେ ସୁଖ, ସମୃଦ୍ଧି ଓ ସଫଳତା ବୃଦ୍ଧି ହୋଇଥାଏ।ମାଟିର କିଛି ପାତ୍ର ରହିଛି ଯାହାକୁ ଘରେ ରଖିବା ଉଚିତ। ମାଟିର ସୁରେଇରେ ପାଣି ରଖି ପିଇବା ଦ୍ବାରା ଶରୀର ସୁସ୍ଥ ରହିଥାଏ। ଏହାକୁ ଘରେ ରଖିବା ଦ୍ବାରା ଜୀବନରେ ବୁଧ ଓ ଚନ୍ଦ୍ରମାଙ୍କ ସୁପ୍ରଭାବ ପଡିଥାଏ। ମାଟିର ସୁରେଇକୁ ଘରର ଉତ୍ତର-ପୂର୍ବ ଦିଗରେ ରଖିବା ଉଚିତ। ଏହାଦ୍ବାରା ଘରର ସଦସ୍ୟଙ୍କ ଉପରେ ନକରାତ୍ମକ ଶକ୍ତିର ପ୍ରଭାବ ପଡିପାରେ ନାହିଁ। କୁହାଯାଇଛି ଯେ, ଘରର କୌଣସି ବ୍ୟକ୍ତି ଯଦି ଚିନ୍ତିତ ରୁହନ୍ତି ତେବେ ମାଟି ସୁରେଇର ପାଣି ନେଇ କୌଣସି ବୃକ୍ଷରେ ଦିଅନ୍ତୁ।

ମାଟିରେ ତିଆରି ଭଗବାନଙ୍କ ମୂର୍ତ୍ତି ଘରେ ରଖିବା ଦ୍ବାରା ସମସ୍ତ ପ୍ରକାରର ଅସୁବିଧା ଦୂର ହୋଇଥାଏ। ଧନର ଅଭାବ ମଧ୍ୟ ଦୂର ହୋଇଥାଏ। ଦକ୍ଷିଣ-ପୂର୍ବ ଦିଗରେ ମାଟିରେ ତିଆରି ପକ୍ଷୀ ରଖିବା ଦ୍ବାରା ଘରର ସୌଭାଗ୍ୟ ବୃଦ୍ଧି ପାଇଥାଏ।

- Advertisement -
courtesy : indiamart.com

ମାଟିରେ ପ୍ରସ୍ତୁତ ଦୀପକୁ ଉତ୍ସବ ସମୟରେ ପ୍ରଜ୍ବଳିତ କରାଯାଇଥାଏ। କୁହାଯାଇଛି ଯେ, ଯଦି ଜୀବନରେ କିଛି ସମସ୍ୟା ଉତ୍ପନ୍ନ ହୁଏ ତେବେ ତୁଳସୀ ବୃକ୍ଷ ମୂଳରେ ପ୍ରତିଦିନ ସନ୍ଧ୍ୟା ସମୟରେ ମାଟିର ଦୀପ ଜଳାନ୍ତୁ।

ମାଟିର ଗ୍ଲାସରେ ଚା ଓ ଲସି ପିଇବା ଭଲ ଲାଗିଥାଏ। ଏହାଦ୍ବାରା ମଙ୍ଗଳ ଗ୍ରହର କୁପ୍ରଭାବରୁ ମୁକ୍ତି ମିଳିଥାଏ। ମାଟିର ଗ୍ଲାସରେ କିଛି ଦ୍ରବ୍ୟ ପିଇବା ଦ୍ବାରା ଶରୀର ସୁସ୍ଥ ରହିଥାଏ। ମାଟିର ଗ୍ଲାସରେ ପାଣି ଭର୍ତ୍ତି କରି ତାକୁ ଅଶ୍ବତ୍ଥ ବୃକ୍ଷ ମୂଳରେ ରଖିବା ଳାଭଦାୟକ ଅଟେ। ମାଟି ଗ୍ଲାସରେ ପାଣି ରଖି ପକ୍ଷୀଙ୍କୁ ପିଇବାକୁ ଦେବା ଦ୍ବାରା ଜୀବନର ଅନେକ ସମସ୍ୟା ଦୂର ହୋଇଥାଏ। ଏପରି ମାଟି ପାତ୍ରର ବ୍ୟବହାର କରିବା ଦ୍ବାରା ଜୀବନରେ ଅନେକ ସମସ୍ୟା ଦୂର ହୋଇଥାଏ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories