www.samajalive.in
Tuesday, December 9, 2025
16.1 C
Bhubaneswar

ପାକ କ୍ରିକେଟ ଟିମ୍‌ର ସରଫରାଜ୍‌ଙ୍କୁ ବୁଦ୍ଧି ନଥିବା ଅଧିନାୟକ କହିଲେ ଶୋଏବ୍‌ ଅଖତର

ମଞ୍ଚେଷ୍ଟର .- ବିଶ୍ୱକପ୍‌ କ୍ରିକେଟ୍‌ରେ ପାକିସ୍ତାନ ଭାରତଠାରୁ ବଡ ବ୍ୟବଧାନରେ ହାରି ଯାଇଛି । ଏହାପରେ ପାକିସ୍ତାନ କ୍ରିକେଟିୟରମାନଙ୍କୁ ତାଙ୍କ ଦେଶର ଖେଳାଳି ସମାଲୋଚନା କରୁଛନ୍ତି । ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲ୍‌ ଶୋଏବ୍‌ ଅଖତର ପୁରା ଟିମ୍‌କୁ ସମାଲୋଚନା କରିବା ସହ ପାକିସ୍ତାନ ଅଧିନାୟକ ସରଫାରାଜଙ୍କୁ ବୁଦ୍ଧି ନଥିବା ମସ୍ତିଷ୍କ ବିହୀନ ଅଧିନାୟକ ବୋଲି କହିଛନ୍ତି ।
ଏହି ମ୍ୟାଚରେ ପାକିସ୍ତାନ ଟସ୍‌ ଜିତିଥିଲା , ହେଲେ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଭାରତ ନିର୍ଦ୍ଧାରିତ ୫୦ ଓଭର୍‌ରେ ୩୩୬ ରନ୍‌ କରିଥିଲା । ବର୍ଷା ବାଧକ ଏହି ମ୍ୟାଚରେ ପାକିସ୍ତାନ ୪୦ ଓଭର୍‌ରେ ୬ ଓ୍ୱିକେଟ୍‌ ହରାଇ ୨୧୨ ରନ୍‌ କରିଥିଲା । ଭାରତକୁ ୮୯ ରନ୍‌ରେ ବିଜେତା ଘୋଷଣା କରାଯାଇଥିଲା ।
କେବଳ ସରଫରାଜ୍‌ ନୁହନ୍ତି ପାକିସ୍ତାନର ଦ୍ରୁତ ବୋଲର ହାସନ ଅଲିଙ୍କୁ ବି ସମାଲୋଚନା କରିଛନ୍ତି । ୨୦୧୭ରେ ଚାମ୍ପିୟନସ୍‌ ଟ୍ରଫିରେ ଭାରତର ଟିମ୍‌ ଯେଉଁ ଭୁଲ୍‌ କରିଥିଲେ ପାକ୍‌ ଟିମ୍‌ ତାହାକୁ ଦୋହରାଇଲା ବୋଲି ସେ ପ୍ରକାଶ କରିଛନ୍ତି ।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories