www.samajalive.in
Sunday, December 14, 2025
14.1 C
Bhubaneswar

ଅନାଥ ଶିଶୁଙ୍କୁ ସାଧ୍ୟମତେ ସାହାଯ୍ୟ କରିବା ଆମ ସମସ୍ତଙ୍କ ଉତ୍ତର ଦାୟିତ୍ୱ-ବାଚସ୍ପତି

ଭୁବନେଶ୍ୱର: ରାଜ୍ୟର ଅନାଥ ଶିଶୁଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ଦିଗରେ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଅନାଥ ଶିଶୁଙ୍କୁ ସାଧ୍ୟମତେ ସାହାଯ୍ୟ କରିବା ଆମ ସମସ୍ତଙ୍କର ଉତ୍ତରଦାୟିତ୍ୱ । ସ୍ବେଚ୍ଛାସେବୀ ସଂଗଠନ ଦ୍ୱୟର ବିବିଧ ଲୋକହିତକାରୀ କାର୍ଯ୍ୟକୁ ସେ ଉଚ୍ଚ ପ୍ରଶଂସା କରିବା ସହ ଏଭଳି ସାଧୁ ଉଦ୍ୟମ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି ।
ରାଜ୍ୟ ସରକାର ଅନାଥ ଶିଶୁମାନଙ୍କ ସାମାଜିକ-ଅର୍ଥନୈତିକ ସ୍ଥିରତା, ଉଚ୍ଚଶିକ୍ଷା ଓ ଥଇଥାନ ପାଇଁ ‘ଆଶୀର୍ବାଦ’ ଯୋଜନା ଭଳି ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି, ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଏହାର ପ୍ରଶଂସା କରିବା ସହ ଶିଶୁମାନଙ୍କର ସାମଗ୍ରିକ ବିକାଶ ପାଇଁ ତାଙ୍କ ନିଜ ଘର ହେଉଛି ପ୍ରକୃଷ୍ଠ ସ୍ଥାନ, କାରଣ ନିଜ ଘରେ ଯେଉଁ ଆତ୍ମୀୟତା ମିଳେ ତାହା ଅନ୍ୟ କେଉଁଠି ମିଳେ ନାହିଁ ବୋଲି ସେମାନେ ପ୍ରକାଶ କରିଥିଲେ । ମଧୁବାବୁ ପେନ୍‌ସନ୍‌ ଯୋଜନା ଭଳି ପଞ୍ଚାୟତ ସ୍ତରରେ ଅନାଥ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନାଗୁଡ଼ିକୁ ଅଧିକ କ୍ରିୟାଶୀଳ ଏବଂ ଆବଶ୍ୟକତା ଅନୁଯାୟୀ ସରକାରଙ୍କ ନୀତିରେ ଯଥାବିଧି ପରିବର୍ତ୍ତନ ଅଣାଯାଇପାରିଲେ ଶିଶୁମାନେ ଅଧିକ ଉପକୃତ ହୁଅନ୍ତେ ବୋଲି ସେମାନେ ପ୍ରକାଶ କରିଛନ୍ତି।

 

- Advertisement -

ବାଚସ୍ପତି ଡ.ସୂର୍ଯ୍ୟନାରାୟଣ ପାତ୍ରଙ୍କ ସହ ଅନ୍ତର୍ଜାତୀୟ ସ୍ବେଚ୍ଛାସେବୀ ସଂଗଠନ କ୍ୟାଥେଲିକ୍‌ ରିଲିଫ୍‌ ସର୍ଭିସ୍‌ ଓ ଓଡ଼ିଶାର ସ୍ବେଚ୍ଛାସେବୀ ସଂଗଠନ ‘ଅରୁଣା’ର କର୍ମକର୍ତ୍ତା ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ବିଧାନସଭା ନିର୍ଦ୍ଦେଶକ (ଗବେଷଣା) କୃପାସିନ୍ଧୁ ମିଶ୍ର, କ୍ୟାଥୋଲିକ୍‌ ରିଲିଫ୍‌ ସର୍ଭିସ୍‌ ପକ୍ଷରୁ ଜି. ସେନ୍ଥିଲ୍‌ କୁମାର, ଜୋମି ଯୋଶେଫ୍‌, ‘ଅରୁଣା’ର ଲୋକନାଥ ମିଶ୍ର, ମନୋରଞ୍ଜନ ଦାସ, ନିବେଦିତା ଗୁହା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories