www.samajalive.in
Sunday, December 14, 2025
14.1 C
Bhubaneswar

ରାତି ଅଧରେ ବିଦ୍ୟାଳୟ ଅଫିସ କାର୍ଯ୍ୟାଳୟରେ ପଶି ଆସବାବପତ୍ର ପୋଡି ଦେଲେ ଦୁବୁର୍ତ୍ତ

ମୋହନା : ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ପଦ୍ମପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଅଫିସ କାର୍ଯ୍ୟାଳୟରେ ପଶି ନିଆଁ ଲଗାଇ ବହୁ କାଗଜ ପତ୍ର ସମେତ ଆସବାବପତ୍ର ପୋଡି ଦେଲେ ଦୁର୍ବୁତ୍ତ। ବିଳମ୍ବିତ ରାତିରେ ଘଟିଛି ଏଭଳି ଘଟଣା। କିଛି ଦୁର୍ବୁତ୍ତ ଅଫିସ କାର୍ଯ୍ୟାଳୟର ତାଲା ଭାଙ୍ଗି ଭିତରେ ପଶି ଅଲମିରାକୁ ଭାଙ୍ଗି ଦେବା ସହ ବହୁ ଦରକାରୀ ନଥିପତ୍ର ଓ ବିଦ୍ୟାଳୟ ରେଜିଷ୍ଟର ସମେତ ଆସବାବପତ୍ର ପୋଡି ନଷ୍ଟ କରିଦେଇଛନ୍ତି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏନେଇ ମୋହନା ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଶିକ୍ଷାନୁଷ୍ଠାନ ଭିତରେ ପଶି କିଏ ଏଭଳି କାଣ୍ଡ ଭିଆଇଛି, ଏହା ପଛର ରହସ୍ୟ କ’ଣ ତାହା ଗ୍ରାମବାସୀଙ୍କୁ ବିସ୍ମିତ କରିଛି। ପୁଲିସ ତଦନ୍ତ କରି ଦୋଷୀକୁ ଉଚିତ ଦଣ୍ଡ ଦେବାପାଇଁ ପ୍ରଧାନ ଶିକ୍ଷକ ଯୋହନ କୁମାର ଗମାଙ୍ଗଙ୍କ ସମେତ ଶିକ୍ଷା କମିଟି ବୃନ୍ଦ ଦାବି କରିଛନ୍ତି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories