www.samajalive.in
Sunday, December 14, 2025
26.1 C
Bhubaneswar

୨୩ ନମ୍ବର ୱାର୍ଡରେ ‘ଜାଗା ସଂପର୍କ’

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମର ୨୩ ନମ୍ବର ୱାର୍ଡରେ ଶୁକ୍ରବାର ‘ଜାଗା ସଂପର୍କ’ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କର୍ପୋରେଟର ଆରତୀ ତନ୍ତୀ ଏବଂ ବ୍ରହ୍ମପୁର ମହାନଗର ନିଗମର ଉପଆୟୁକ୍ତ ଅ​‌େ​‌ଦ୍ବୖତ କୁମାର ସ୍ବାଇଁ ଉପସ୍ଥିତ ଥିଲେ। ବସ୍ତି ଅଞ୍ଚଳଗୁଡ଼ିକର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ଅନୁଦାନ ପ୍ରଦାନ କରୁଛନ୍ତି। ବାହାର ଅଞ୍ଚଳର ଲୋକନୁହଁ, ବରଂ ସେହି ୱାର୍ଡର ହିଁ ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ବିଭିନ୍ନ ପ୍ରକାର ନିର୍ମାଣକାର୍ୟ୍ୟର କାର୍ୟ୍ୟାଦେଶ ପ୍ରଦାନ କରାଯାଉଛି। ଏଥିରେ ଅଞ୍ଚଳବାସୀ ସହଯୋଗ କରିବାକୁ ଅତିଥିମାନେ ଆହ୍ବାନ ଦେଇଥିଲେ। ଏହି ଅବସରରେ ମହାନଗର ନିଗମର ଏବଂ ଗୋଲାପଲ୍ଲୀ ସାହି ରେସିଡେନ୍ସ ୱେଲଫେୟାର ଆସୋସିଏସନ(ଆରଡବ୍ଳ୍ୟଏ) ମଧ୍ୟରେ ଚୁକ୍ତିପତ୍ର ସ୍ବାକ୍ଷର ହୋଇଥିଲା। ଗୋଲାପଲ୍ଲୀ ଆରଡବ୍ଲ୍ୟୁଏର ସଭାନେତ୍ରୀ କେ.ଈଶ୍ବରୀ, ସଂପାଦିକା ଡି.ହାୟେନା, ଗୋଷ୍ଠୀ ଆୟୋଜିକା ଗୀତାଞ୍ଜଳୀ ସାମନ୍ତରାୟ, ସୁସ୍ମିତା ପଟ୍ଟନାୟକଙ୍କ ସମେତ ବହୁ ସାହିବାସୀ ଉପସ୍ଥିତ ଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories