ଅସହାୟଙ୍କ ଶୁଦ୍ଧିକ୍ରିୟା କଲେ ସମାଜସେବୀ
ପାଟଣା- କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ ଖଜିରାପାଟ ଗ୍ରାମ ପଞ୍ଚାୟତ ମୁକ୍ତାପୁର ଗ୍ରାମର ନିଶାମଣି ନାଏକ ଅସୁସ୍ଥ ହୋଇ ମୃତ୍ୟୁମୁଖରେ ପଡିଥିଲେ । ତାଙ୍କର ଶୁଦ୍ଧିକ୍ରିୟା କରିବା ପାଇଁ ଅସମର୍ଥ ଝିଅ ମଞ୍ଜୁଳା ନାଏକ ଭରସା ପରିବାରର ଆଞ୍ଚଳିକ ସଦସ୍ୟ ତଥା ସେନା ବାହିନୀର ସମାଜସେବୀ ଦିବାକର ମହାନ୍ତଙ୍କୁ ସହାୟତା ପାଇଁ ଅନୁରୋଧ କରିଥିଲେ ।
ତାଙ୍କର ଦୂରାବସ୍ଥା ବିଷୟରେ ଜାଣିବା ପରେ ଲମ୍ବୋଦର ମହାନ୍ତଙ୍କ ନେତୃତ୍ୱରେ ଉପଦେଷ୍ଟା ଶିବ ଶଙ୍କର ମିଶ୍ର, ଜିଲ୍ଲା ସଭାପତି ଜନ୍ମେଜୟ ସିଂହ, ସଂଯୋଜକ କେଦାର ମହାନ୍ତ, ରକ୍ତଦାତା ସଂଯୋଜକ କମଲ ରାଜା, ସାହାରପଡ଼ା ସକ୍ରିୟ ସଦସ୍ୟ ସିଦ୍ଧାର୍ଥ ଶଙ୍କର ଚକ୍ର, ରାଜୁ ମହାନ୍ତ, ଜଗନ୍ନାଥ ମହାନ୍ତ, କୁଞ୍ଜବିହାରୀ ମହାନ୍ତ ପ୍ରମୂଖ ଶୁଦ୍ଧିକ୍ରିୟା ପାଇଁ ଆବଶ୍ୟକୀୟ ତେଜରାତି ସାମଗ୍ରୀ, ଶୁଖିଲା ଖାଦ୍ୟ, ପନିପରିବା ଦେଇଥିଲେ ।
ପାଞ୍ଚ ବର୍ଷ ପୂର୍ବେ ପିତା ଅନାଦି ନାଏକଙ୍କ ମୃତ୍ୟୁ ପରେ ଆର୍ଥିକ ସ୍ୱଛଳତା ନଥିବାରୁ ଆଗକୁ ପଢ଼ିବାର ଇଚ୍ଛା ଥିବା ସତ୍ତ୍ୱେ ଯୁକ୍ତଦୁଇ ପରେ ମଞ୍ଜୁଳାଙ୍କର ପଢ଼ାରେ ଡୋରି ଲାଗି ଥିଲା । କଥା ଅନାଥ ଆଦିବାସୀ ଝିଅ ମଞ୍ଜୁଳା ନାଏକ ଏଠାରେ ପ୍ରକାଶ କରିବା ପରେ ଭରସା ପରିବାର ପକ୍ଷରୁ ଆଗକୁ ଶିକ୍ଷାଦାନର ବ୍ୟବସ୍ଥା କରାଯିବ ବୋଲି ସଭାପତି ଲମ୍ବୋଦର ମହାନ୍ତ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି ।
Comments are closed.