www.samajalive.in
Sunday, December 7, 2025
13.1 C
Bhubaneswar

ଅନ୍ତର୍ଜାତୀୟ ମହିଳା ଦିବସରେ ମୋଦୀଙ୍କ ଟ୍ବିଟର୍ କୁ ପ୍ରଥମେ ହ୍ୟାଣ୍ଡେଲ କଲେ ଏହି ମହିଳା, ଜାଣନ୍ତୁ ସେ କିଏ..

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଟ୍ୱିଟର୍ ଆକାଉଣ୍ଟକୁ ମହିଳାମାନଙ୍କ ପାଇଁ ଉତ୍ସର୍ଗ କରିବେ ବୋଲି ପୂର୍ବରୁ ଘୋଷଣା କରିଥିଲେ। ଏହି ଘୋଷଣା ମୁତାବିକ ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମୋଦୀଙ୍କ ଟ୍ୱିଟର୍ ଆକାଉଣ୍ଟକୁ ପ୍ରଥ​‌ମେ ସ୍ନେହା ମୋହନ ଦାସ ନାମକ ଜଣେ ମହିଳା ହ୍ୟାଣ୍ଡେଲ କରିଛନ୍ତି।

ସେ ଏକ ଭିଡିଓ ଟ୍ୱିଟ୍ କରି ଲେଖିଛନ୍ତି ଯେ, ମୁଁ ହେଉଛି ଜଣେ ଫୁଡ୍ ବ୍ୟାଙ୍କର ପ୍ରତିଷ୍ଠାତା। ଚେନ୍ନାଇ ବନ୍ୟା ପୂର୍ବରୁ ସେ ୨୦୧୫ରେ ଫୁଡ୍ ବ୍ୟାଙ୍କ ପ୍ରତିଷ୍ଠା କରିଥିଲି। ଏହାର ମୂଳ ଉଦ୍ଦେଶ୍ୟ ହେଉଛି କ୍ଷୁଧାର ମୁକାବିଲା କରିବା ଏବଂ ଭାରତକୁ ଏପରି ଦେଶ ଭାବରେ ଗଢିବା ଯେଉଁଠାରେ କେହି କେବେ ଭୋକିଲା ରହିବେ ନାହିଁ। ଫୁଡ୍ ବ୍ୟାଙ୍କ ଖୋଲିବା ପାଇଁ ତାଙ୍କୁ କେଉଁଠାରୁ ପ୍ରେରଣା ମିଳିଲା ସେନେଇ ମଧ୍ୟ ବିସ୍ତୃତ ଭାବରେ ଲେଖିଛନ୍ତି।

- Advertisement -

ସେ କହିଛନ୍ତି, ‘ଜେଜେବାପାଙ୍କ ଜନ୍ମଦିନ ଏବଂ କିଛି ବିଶେଷ ଉତ୍ସବ ଅବସରରେ ତାଙ୍କ ମା କିଛି ପିଲାମାନଙ୍କୁ ଘରକୁ ଡାକି ଖାଦ୍ୟ ବଣ୍ଟନ କରୁଥିଲେ। ଏହା ଦେଖି ମୁଁ ପ୍ରେରିତ ହୋଇଥିଲି ଏବଂ ଏହାକୁ ଆଗକୁ ନେବାକୁ ଚାହୁଁଥିଲି। ପରେ ଫେସବୁକରେ ଲୋକଙ୍କ ସହ ଯୋଡି ଫୁଡ୍ ବ୍ୟାଙ୍କ କାମ ଆରମ୍ଭ କଲି।। ଫୁଡ୍ ବ୍ୟାଙ୍କ-ଚେନ୍ନାଇ ନାମକ ଏକ ଫେସବୁକ୍ ପେଜ୍ ତିଆରି କରିଥିଲି। ଏହା ସହ ନିଜ ରାଜ୍ୟ, ସହର ନାମରେ ଏକ ଫେସବୁକ୍ ପେଜ୍ ତିଆରି କରିବାକୁ ଲୋକଙ୍କୁ ନିବେଦନ କରିଥିଲି। ଏହି ଆବେଦନ ପରେ ଭାରତର ୧୮ଟି ସ୍ଥାନରେ ଏବଂ ଦକ୍ଷିଣ ଆଫ୍ରିକାରେ ଗୋଟିଏ ସ୍ଥାନରେ ଖାଦ୍ୟ ବ୍ୟାଙ୍କ ଖୋଲିଛି।

ଫୁଡ୍ ବ୍ୟାଙ୍କର ସ୍ବେଚ୍ଛାସେବୀମାନେ ଲୋକଙ୍କ ଠାରୁ ଖାଦ୍ୟର କଞ୍ଚାମାଲ ସଂଗ୍ରହ କରନ୍ତି।ପରେ ଖାଦ୍ୟ ପ୍ରସ୍ତୁତ କରି ଗରିବଙ୍କ ମଧ୍ୟରେ ବାଣ୍ଟାଯାଏ। ଏହା ସହ ଯେଉଁମାନେ ପରିବାର ଲୋକଙ୍କ ଆବଶ୍ୟକତାଠାରୁ ଅଧିକ ଖାଦ୍ୟ ପ୍ରସ୍ତୁତ କରନ୍ତି, ତାହାକୁ ଖାଦ୍ୟ ବ୍ୟାଙ୍କରେ ଜମା କରନ୍ତି।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ନାରୀ ଶକ୍ତିଙ୍କୁ ଟ୍ୱିଟ କରି ଅଭିବାଦନ ଜଣାଇଛନ୍ତି ଏବଂ ଏହି ଦିନ ପାଇଁ ସୋସିଆଲ ମିଡିଆ ଆକାଉଣ୍ଟକୁ ସେହି ମହିଳାଙ୍କୁ ପ୍ରଦାନ କରିଛନ୍ତି ଯେଉଁମାନେ ସାହସ ଏବଂ ଉତ୍ସାହ ସହିତ ଲୋକଙ୍କୁ ପ୍ରେରଣା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ଯେଉଁ ମହିଳାମାନେ ଦେଶର ପ୍ରତ୍ୟେକ ଅଞ୍ଚଳରେ ଅସାଧାରଣ ସଫଳତା ହାସଲ କରିଛନ୍ତି, ସେମାନେ ବିଭିନ୍ନ କ୍ଷେତ୍ରରେ ବହୁତ ଭଲ କାମ କରିଛନ୍ତି, ଲକ୍ଷ ଲକ୍ଷ ଲୋକ ସେମାନଙ୍କର ସଂଘର୍ଷ ଏବଂ ଆକାଂକ୍ଷା ଦ୍ୱାରା ଅନୁପ୍ରାଣିତ ହୋଇଛନ୍ତି ଆସନ୍ତୁ ସେହି ମହିଳାମାନଙ୍କର ସଫଳତା ବିଷୟରେ ଜାଣିବା ଏବଂ ସେମାନଙ୍କଠାରୁ ଶିକ୍ଷାଲାଭ କରିବା…

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories