www.samajalive.in
Saturday, December 6, 2025
26.1 C
Bhubaneswar

ଲେହକୁ ଚୀନ୍‌ର ଅଂଶ ଭାବରେ ଦର୍ଶାଇଥିବାରୁ ଟ୍ୱିଟରକୁ ଅସନ୍ତୋଷ ବ୍ୟକ୍ତ କଲେ ସରକାର

ଭାରତର ସାର୍ବଭୌମତ୍ୱ ଓ ଅଖଣ୍ଡତାକୁ ଅସମ୍ମାନ କରିବା ମାଇକ୍ରୋବ୍ଲଗିଂ ସାଇଟ ଟ୍ୱିଟରକୁ ମହଙ୍ଗା ପଡିଛି। ଟ୍ୱିଟର’ର ଏଭଳି ଦାୟିତ୍ୱହୀନତାକୁ କେନ୍ଦ୍ର ସରକାର ସହଜରେ ଗ୍ରହଣ କରିନାହାନ୍ତି। ଟ୍ୱିଟରକୁ ଚେତାବନୀ ଦେଇ କେନ୍ଦ୍ର ସରକାର ଲେହକୁ ଚୀନ୍‌ର ଏକ ଅଂଶ ଭାବରେ ଦର୍ଶାଇଥିବାରୁ ଦୃଢ ଅସନ୍ତୋଷ ଜଣାଇଛନ୍ତି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏ ନେଇ ଟ୍ୱିଟର ସିଇଓ ଜ୍ୟାକ୍ ଡୋର୍ସିଙ୍କୁ ଏକ ପତ୍ରରେ ଦର୍ଶାଇଛନ୍ତି ଯେ ଲେହ ହେଉଛି ଲଦାଖର ମୁଖ୍ୟାଳୟ ଏବଂ ଭାରତର ସମ୍ବିଧାନ ଅନୁଯାୟୀ ଉଭୟ ଲଦାଖ ଏବଂ ଜାମ୍ମୁ କାଶ୍ମୀର ହେଉଛି ଭାରତର ଅବିଚ୍ଛେଦ୍ୟ ଅଙ୍ଗ।

ସୂଚନା ଅନୁଯାୟୀ, ଟ୍ୱିଟରରେ ଲଦାଖର ଲେହର ଭୌଗଳିକ ଅବସ୍ଥାନ ଚାଇନାରେ ଦେଖାଯିବା ପରେ ଏହା ଘଟିଛି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ସଚିବ ଅଜୟ ସାୱନି ଭାରତୀୟ ନାଗରିକଙ୍କ ସମ୍ବେଦନଶୀଳତାକୁ ସମ୍ମାନ ଦେବାକୁ କହିଛନ୍ତି। ତାଙ୍କ ଚିଠିରେ ସେ ଚେତାବନୀ ଦେଇଛନ୍ତି ଯେ ଭାରତର ସାର୍ବଭୌମତ୍ୱ ଏବଂ ଅଖଣ୍ଡତାକୁ ଅସମ୍ମାନ କରିବାର ପ୍ରୟାସ ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହା ବେଆଇନ ଅଟେ।

- Advertisement -

ଆଇଟି ସଚିବ ମଧ୍ୟ ଟ୍ୱିଟର’ର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପକ୍ଷରେ ଟ୍ୱିଟର’ର ଜଣେ ମୁଖପାତ୍ର କହିଛନ୍ତି ଯେ ଟ୍ୱିଟର ଭାରତ ସରକାରଙ୍କ ସହ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ଓ ସରକାରଙ୍କ ଅସନ୍ତୋଷକୁ ଯଥାର୍ଥରେ ସ୍ୱୀକାର କରିଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories