www.samajalive.in
Monday, December 8, 2025
24.1 C
Bhubaneswar

କରୋନା ଆକ୍ରାନ୍ତଙ୍କୁ ହୋଇପାରେ ଥାଇରଡ୍‌

ଲଣ୍ଡନ୍‌: ଦିନକୁ ଦିନ ମହାମାରୀ କରୋନା ସାରା ବିଶ୍ବରେ ନିଜର କାୟା ବିସ୍ତାର କରିଚାଲିଛି। ମହାମାରୀ କରୋନା ସଂକ୍ରମଣକୁ କିଭଳି ପ୍ରତିହତ କରାଯାଇ ପାରିବ ଏଥିନେଇ ଏବେ ବିଶ୍ୱବାସୀଙ୍କ ଚିନ୍ତା ବଢ଼ି ଯାଇଛି। କୋଭିଡ୍‌-୧୯ ଆକ୍ରାନ୍ତ ରୋଗୀଙ୍କଠାରେ ଥାଇରଡ୍‌ ରୋଗ ଦେଖାଯିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଏକ ନୂଆ ସର୍ବେକ୍ଷଣରୁ ଜଣାପଡ଼ିଛି। ବେକ ବ୍ୟଥା ଓ ନିଃଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ହେଉଥିବା ସବ୍‌ଆକ୍ୟୁଟ୍‌ ଥାଇରଡ୍‌ ଲକ୍ଷଣ ବୋଲି ଦର୍ଶଯାଇଛି। କରୋନା ସଂକ୍ରମଣ ସହିତ ସବ୍‌ଆକ୍ୟୁଟ୍‌ ଥାଇରଡ୍‌ ଲକ୍ଷଣ ରୋଗୀଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି କ୍ଲିନିକାଲ୍‌ ଏଣ୍ଡୋକ୍ରାଇନୋଲୋଜି ଆଣ୍ଡ ମେଟାବୋଲିଜିମ୍‌ ଜର୍ଣ୍ଣାଲ୍‌ରେ ଏକ ରିପୋର୍ଟରେ ପ୍ରକାଶ ପାଇଛି।

ସବ୍‌ଆକ୍ୟୁଟ୍‌ ଥାଇରଡ୍‌ ଲକ୍ଷଣ ଥିଲେ ଭାଇରାଲ୍‌ ଇନ୍‌ଫେକ୍‌ସନ୍‌ କିମ୍ବା ପୋଷ୍ଟ-ଭାଇରାଲ୍‌ ଇନ୍‌ଫ୍ଲାମେଟୋରି ରିଆକ୍‌ସନ୍‌ ଦେଖାଦେଇଥାଏ। ଏହାହସିତ ଏଥିରେ ପୀଡ଼ିତ ଥିବା ରୋଗୀଙ୍କୁ ଅନେକ ଭୂତାଣୁ ସଂକ୍ରମିତ କରିବା ସମ୍ଭାବନା ରହିଛି। କୋଭିଡ୍‌-୧୯ ମହାମାରୀର ଅନେକ ଲକ୍ଷଣ ରହିଥିବାବେଳେ ମାନବ ଶରୀରର ବହୁ ଅଙ୍ଗପ୍ରତ୍ୟେଙ୍ଗକୁ ଅକାମି କରିବା କ୍ଷମତା ରହିଛି। ସାର୍‌ସ-କୋଭିଡ୍‌-୨ ଦ୍ବାରା ସବ୍‌ଆକ୍ୟୁଟ୍‌ ଥାଇରଡ୍‌ ସଂକ୍ରମଣ ବ୍ୟାପିଥାଏ ବୋଲି ଇଟାଲିସ୍ଥିତ ପିସା ୟୁନିଭର୍ସିଟି ହସ୍‌ପିଟାଲ୍‌ର ଫ୍ରାନ୍ସକୋ ଲାଟ୍ରୋଫା କହିଛନ୍ତି। କୋଭିଡ୍-୧୯ ରୋଗୀଙ୍କୁ ଚିକିତ୍ସା ସମୟରେ ଡାକ୍ତରମାନେ ସବ୍‌ଆକ୍ୟୁଟ୍‌ ଥାଇରଡ୍‌ ଲକ୍ଷଣ ଥିବା ରୋଗୀଙ୍କ ଚିକିତ୍ସା ପାଇଁ ଅତିରିକ୍ତ ଦୃଷ୍ଟି ଦେବା ଆବଶ୍ୟକ। କୋଭିଡ୍-୧୯ ସଂକ୍ରମିତ ହୋଇଥିବା ଜଣେ ୧୮ବଷିୟା ଯୁବତୀଙ୍କୁ ଚିକିତ୍ସା ପରେ ଏଭଳି ଲକ୍ଷଣ ଦେଖାଦେଇଥିବା ତାଙ୍କ ବାପା ପ୍ରକାଶ କରିଥିଲେ। କୋଭିଡ୍-୧୯ ପାଇଁ ସେହି ଯୁବତୀ ଜଣଙ୍କୁ ଉପଯୁକ୍ତ ଚିକିତ୍ସା କରାଯାଇଥିଲା ଏବଂ ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ତାଙ୍କର ରିପୋର୍ଟ ନେଗେଟିଭ୍‌ ଆସିଥିଲା।

- Advertisement -

କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କଠାରେ ସବ୍‌ଆକ୍ୟୁଟ୍‌ ଥାଇରଡ୍‌ ଲକ୍ଷଣ ପ୍ରକାଶ ପାଇଥିଲା। ସେହି ଯୁବତୀଙ୍କୁ ବେକ ବଥା ଓ ଥାଇରଡ୍‌ ପେନ୍‌ ସହିତ ଜ୍ବର ହୋଇଥିଲା ଏବଂ ତାଙ୍କର ହୃତ୍‌ସ୍ପନ୍ଦନ ବଢ଼ିଯାଇଥିଲା। ତାଙ୍କୁ ପୁଣିଥରେ ଯେଉଁଠି ଚିକିତ୍ସା ହୋଇଥିଲେ ସେହି ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସବ୍‌ଆକ୍ୟୁଟ୍‌ ଥାଇରଡ୍‌ ରୋଗ ନିରୁପଣ ପରେ ଚିକିତ୍ସା କରାଯାଇଥିଲା। ଏହାସହିତ ସାର୍‌ସ-କୋଭିଡ୍‌-୨ ଭୂତାଣୁରେ ସେ ସଂକ୍ରମିତ ହୋଇଥିଲେ। ହାଦ୍ବାରା ତାଙ୍କଠାରେ ଅନେକ ଗୁରୁତର ଲକ୍ଷଣ ଦେଖାଦେଇଥିବାବେଳେ ବିଭନ୍ନ ଅଙ୍ଗପ୍ରତ୍ୟଙ୍ଗ ଅକାମି ହେବା ଭଳି ଲକ୍ଷଣ ମଧ୍ୟ ପ୍ରକାଶ ପାଇଥିଲା। ସେହି ଯୁବତୀଙ୍କଠାରେ ଗୋଟିଏ ମାସ ପୂର୍ବରୁ ସାଧାରଣ ଥାଇରଡ୍‌ ଲକ୍ଷଣ କରାଯାଇଥିଲା। ତେବେ ତାଙ୍କର ସବ୍‌ଆକ୍ୟୁଟ୍‌ ଥାଇରଡ୍‌ ରୋଗର ଉପଯୁକ୍ତ ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲେ ବୋଲି ଲାଟ୍ରୋଫା ପ୍ରକାଶ କରିଛନ୍ତି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories