www.samajalive.in
Sunday, December 7, 2025
26.1 C
Bhubaneswar

ସମ୍ବେଦନଶୀଳ ଟ୍ବିଟ୍: କଂଗ୍ରେସ ନେତା ଦିଗବିଜୟ ସିଂହଙ୍କ ଟ୍ବିଟର୍ ଆକାଉଣ୍ଟ ରଦ୍ଦ

କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଦିଗବିଜୟ ସିଂହଙ୍କ ଟ୍ବିଟର ଆକାଉଣ୍ଟ  ରଦ୍ଦ କରିଛି ଟ୍ବିଟର । ଏ ସମ୍ପର୍କରେ ନିଜେ ଶ୍ରୀ ସିଂହ ସୂଚନା ଦେଇଛନ୍ତି ଓ ଟ୍ବିଟରର ଭାରତ ମୁଖ୍ୟ ତାଙ୍କୁ ଏ ପ୍ରସଙ୍ଗରେ ଉତ୍ତର ମାଗିଥିବା କହିଛନ୍ତି ।

ଦିଗବିଜୟ କହିଛନ୍ତି ମୋତେ ଭାରତରେ କାର୍ଯ୍ୟ କରୁଥିବା ଟ୍ବିଟର ମୁଖ୍ୟଙ୍କ ଜବାବର ଆବଶ୍ୟକତା ଅଛି । କେନ୍ଦ୍ର ସରକାରଙ୍କ ନେତାମାନଙ୍କ ସମାଲୋଚନା କରିବା କିପରି ‘ସମ୍ବେଦନଶୀଳ’ ତାହା ମୋତେ ବୁଝାଇବା ଦରକାର।

- Advertisement -

ଶ୍ରୀ ସିଂହ କହିଛନ୍ତି ଯଦି ଆପଣ ନରେନ୍ଦ୍ର ମୋଦୀ ବା ଅମିତ୍ ଶାହାଙ୍କ ବିରୋଧରେ କିଛି କହୁଛନ୍ତି ତେବେ ତାହା ‘ସମ୍ବେଦନଶୀଳ’ ବୋଲି ବିଚାର କରାଯାଉଛି । ଏମିତି ହେଲେ ତ ମୋତେ ରାଜନୈତିକ ପକ୍ଷପାତ କରାଯାଉଛି ବୋଲି କୁହାଯିବ। ଏହା ଆପଣଙ୍କର (ଟ୍ବିଟର) ଅଧିକାରଭୁକ୍ତ ନୁହେଁ । ପୂର୍ବରୁ ମୁଁ ଆପଣ (ଟ୍ବିଟର ଭାରତ ମୁଖ୍ୟ)ଙ୍କ ବିରୋଧରେ ପକ୍ଷପାତ କରୁଥିବା ଅଭିଯୋଗ କରିସାରିଛି ।

ଏହି ଅବସରରେ ଦିଗବିଜୟ ନିଜକୁ ଜଣେ ଦାୟିତ୍ବପୂର୍ଣ୍ଣ ଭାରତୀୟ ନାଗରିକ ବୋଲି କହିଛନ୍ତି । ସେ ଲେଖିଛନ୍ତି ଯେ ମୁଁ ଜଣେ ଦାୟିତ୍ବପୂର୍ଣ୍ଣ ଭାରତୀୟ ନାଗରିକ । ୫ଥର ଲୋକସଭା ଓ ୨ଥର ରାଜ୍ୟସଭା ସାଂସଦ ନିର୍ବାଚିତ ହୋଇଛି । ୧୦ବର୍ଷ ମୁଖ୍ୟମନ୍ତ୍ରୀ ରହିଛି । ମୁଁ କାହିଁକି କୌଣସି ଆପତ୍ତିଜନକ ଟ୍ବିଟ୍ ପୋଷ୍ଟ କରିବି ?

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories