www.samajalive.in
Sunday, December 7, 2025
23.1 C
Bhubaneswar

ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଧ୍ୟାତ୍ମିକ ସ୍ନେହ ମିଳନ କାର୍ଯ୍ୟକ୍ରମ

ବାଙ୍କୀ: ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ସାହାଡାପଦା ସେବା କେନ୍ଦ୍ର ଅନୁକୂଲ୍ୟରେ ଶନିବାର ସନ୍ଧ୍ୟାରେ ଏକ ଆଧ୍ୟାତ୍ମିକ ସ୍ନେହ ମିଳନ କାର୍ଯ୍ୟକ୍ରମ କେନ୍ଦ୍ର ସଞ୍ଚାଳିକା ରୀନା ଭଉଣୀଙ୍କ ସଞ୍ଚାଳନରେ ଅନୁଷ୍ଠିତ ହୋଇଯାଇଛି। ପରମ ପୂଜନୀୟା ରାଜ ଯୋଗିନୀ ଦାଦୀ ଜାନକୀଜୀଙ୍କର ପୂଣ୍ୟ ୨ୟ ସ୍ମୃତି ଶ୍ରାଦ୍ଧ ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ଆଧ୍ୟାତ୍ମିକ ସ୍ନେହ ମିଳନର ସମାବେଶ ହୋଇଥିଲା। ବହୁ ଆଞ୍ଚଳିକ ଭାଇ ଓ ଭଉଣୀ ଯୋଗଦେଇ ଦିବସର ଅନୁଚିନ୍ତା ଗ୍ରହଣ କରିଛନ୍ତି। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ରାଜଯୋଗୀ ମନୋଜ ଭାଇ, ଭାରତୀ ଭଉଣୀ, ସମାଜସେବୀ କେଶବ ଚନ୍ଦ୍ର ବେହେରା, ବିପିନୀ ମହାନ୍ତି ଓ ଡାକ୍ତର ଶରତ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ ଆଧ୍ୟାତ୍ମିକ ସ୍ନେହ ମିଳନ କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ୟକ ବକ୍ତବ୍ୟ ରଖିଥିଲେ। ସାମାଜିକ ଜୀବନ ମଧ୍ୟରେ ଆଧ୍ୟାତ୍ମିକତା ଏବଂ ସଫଳତା ପାଇବା ପାଇଁ ସାମାଜିକ ଜୀବନରେ ଆଧ୍ୟାତ୍ମିକତା ହିଁ ଶ୍ରେଷ୍ଠ ଉପାଦାନ ବୋଲି ଆଲେଚନା କରାଯାଇଛି। ନୀରବତା ହିଁ ସୁଖ ଓ ଶାନ୍ତିର ଜନନୀ। ଆତ୍ମାର ଚେତନା ଶକ୍ତିକୁ ଅନୁଭବ କଲେ ହିଁ ଶାନ୍ତିର ପ୍ରାପ୍ତି ହୋଇଥାଏ ବୋଲି ରାଜଯୋଗୀ ମନୋରଞ୍ଜନ ଭାଇ ଭାରତୀ ଭଉଣୀ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଶିବ ଶକ୍ତି ଭବନ ପରିସରରେ ଆଧ୍ୟାତ୍ମିକ ସ୍ନେହ ମିଳନ ସମସ୍ତଙ୍କୁ ଆହ୍ଲାଦିତ କରିଥିବା ସଞ୍ଚାଳିକା ନିଜର ବକ୍ତବ୍ୟରେ ପ୍ରକାଶ କରିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories