www.samajalive.in
Saturday, December 6, 2025
16.1 C
Bhubaneswar

ସୁନ୍ଦରଗଡ଼ ଏମସିଏଚ୍ କୋଠାରେ ଆରମ୍ଭ ହେଲା ଅତ୍ୟାଧୁନିକ ଏସଏନସିୟୁ 

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ବିଭାଗରେ ଥିବା ସ୍ୱତନ୍ତ୍ର ନବଜାତ ଶିଶୁ ଚିକିତ୍ସା ୟୁନିଟ୍ (ଏସଏନସିୟୁ)କୁ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ (ଏମସିଏଚ୍) କେନ୍ଦ୍ର କୋଠାକୁ ସ୍ଥାନାନ୍ତର କରାଯାଇଛି। ଶନିବାର ଦିନ ଏହି ନୂଆ ବ୍ୟବସ୍ଥାର ଉଦଘାଟନ କରିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ। ୨୦୧୩ ମସିହାରୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏସ୍ଏନସିୟୁ କାର୍ଯ୍ୟକ୍ଷମ ହୋଇ ଚିକିତ୍ସା ସେବା ଯୋଗାଇ ଆସୁଛି। ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ପାଇଁ ଉଦ୍ଦିଷ୍ଟ ଏମସିଏଚ କୋଠାକୁ ଏବେ ଏହାକୁ ସ୍ଥାନାନ୍ତର କରାଯାଇଛି।

ଏସଏନସିୟୁରେ ନବଜାତ ଶିଶୁମାନଙ୍କଠାରେ ଦେଖାଯାଉଥିବା ବିଭିନ୍ନ ରୋଗର ଚିକିତ୍ସା କରିବା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି। ବିଶେଷକରି, ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମ ହେଉଥିବା ଶିଶୁ କିମ୍ବା କମ୍ ଓଜନ ଥିବା ଶିଶୁଙ୍କ କ୍ଷେତ୍ରରେ ଦେଖାଯାଉଥିବା ବିଭିନ୍ନ ସମସ୍ୟାର ଚିକିତ୍ସା ପାଇଁ ଏଠାରେ ସମସ୍ତ ସୁବିଧା ରହିଛି।

- Advertisement -

‘‘ଏମସିଏଚ କୋଠାରେ ଏବେ ହୋଇଥିବା ନବଜାତ ଶିଶୁ ଚିକିତ୍ସା ୟୁନିଟରେ ପିଲାଙ୍କ ଚିକିତ୍ସା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି। ଜିଲ୍ଲାରେ ନବଜାତ ଶିଶୁମାନଙ୍କ ବିଭିନ୍ନ ଜଟିଳ ରୋଗର ଚିକିତ୍ସା ପାଇଁ ଏହା ସହାୟକ ହେବ। ଆଗାମୀ ଦିନରେ ଏଠାରେ ଶିଶୁଙ୍କ ପାଇଁ ନିଓନାଟାଲ ଇଣ୍ଟେନସିଭ୍ କେୟାର ୟୁନିଟ (ଏନଆଇସିୟୁ) ଏବଂ ମା’ମାନଙ୍କ ପାଇଁ ହାଇ ଡିପେନଡେନ୍ସି ୟୁନିଟ୍ (ଏଚଡିୟୁ) ପ୍ରତିଷ୍ଠା କରାଯିବ’’, ଏହି ଅବସରରେ କହିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

‘‘ପୂର୍ବରୁ ଏସଏନସିୟୁ ପୁରୁଣା କୋଠାରେ କାର୍ଯ୍ୟ କରୁଥିଲା। କିନ୍ତୁ ଏହି ନୂଆ କେନ୍ଦ୍ରରେ ନବଜାତ ଶିଶୁଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ। ଏହି କେନ୍ଦ୍ରରେ ପ୍ରତି ୨/୩ଟି ଶଯ୍ୟା ପାଇଁ ଜଣେ ସେବିକା ନିଯୁକ୍ତ ରହିବେ। ଅଭିଜ୍ଞ ଶିଶୁ ରୋଗ ବିଶେଷଜ୍ଞମାନେ ଚିକିତ୍ସା କରିବେ। ପିଲାମାନେ ସମ୍ପୂର୍ଣ୍ଣ ସୁସ୍ଥ ହେଲେ ଯାଇ ଏଠାରୁ ଡିସଚାର୍ଜ ହେବେ’’, କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର।

ଏସଏନସିୟୁରେ ନବଜାତ ଶିଶୁମାନଙ୍କ ଚିକିତ୍ସା ପାଇଁ ରେଡିଏଣ୍ଟ ଓ୍ୱାର୍ମର, ଫଟୋଥେରାପି ୟୁନିଟ, କଙ୍ଗାରୁ ମଦର କେୟାର, ଅକ୍ସିଜେନ୍ କନ୍ସନଟ୍ରେଟେର ଇତ୍ୟାଦିର ବ୍ୟବସ୍ଥା ରହିଛି। ସେହିପରି ଯେଉଁ ନବଜାତ ଶିଶୁମାନେ ମା’ଠାରୁ ସ୍ତନ୍ୟପାନ କରିପାରନ୍ତି ନାହିଁ କିମ୍ବା କୌଣସି ଜଟିଳତା ଯୋଗୁଁ ମା’ମାନେ ସ୍ତନ୍ୟପାନ କରାଇପାରନ୍ତି ନାହିଁ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। ଏଠାରେ ମୋଟ ୧୨ଟି ଶଯ୍ୟା ରହିଛି।

ଉଦଘାଟନୀ କାର୍ଯ୍ୟକ୍ରମରେ ସିଡିଏମଓ ଡାକ୍ତର ସରୋଜ କୁମାର ମିଶ୍ର, , ଡିଏମଓ ଡାକ୍ତର ପୂର୍ଣ୍ଣଚନ୍ଦ୍ର ସାହୁ, ଡିପିଏଚ୍ଓ ଡାକ୍ତର କାହ୍ନୁ ଚରଣ ନାୟକ, ଏଡିପିଏଚ୍ଓ ଡାକ୍ତର ପି.କେ ନାଏକ, ଡିପିଏମ ଦୀପକ କୁମାର ମହାନ୍ତିଙ୍କ ସମେତ ଜିଲ୍ଲାର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories