ମାଲକାନଗିରି: ମାଲାକନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣା ଏବେ ନୁଆ ମୋଡ ନେଇଛିା ଦେବନାରାୟଣଙ୍କ ମୃତ୍ୟୁର ପ୍ରାୟ ବର୍ଷକ ପରେ ଏବେ ନୁଆ ଘଟଣା ସାମ୍ନାକୁ ଆସିଛିା ମାଲକାନଗିରି ଜିଲ୍ଲାପାଳଙ୍କ ନାମରେ ହତ୍ୟା ମାମଲା ରୁଜୁ କରା ଯାଇଛିା କୋର୍ଟ ନିର୍ଦେଶ କ୍ରମେ ରବିବାର ଦିନ ମାଲକାନଗିରି ପୁଲିସ ମାମଲା ରୁଜୁ କରିଛିା ଆଇ.ପି.ସି.ର ୩୦୨, ୫୦୬, ୨୦୧, ୨୦୪, ୧୨୦ (ବି) ୩୪ରେ ମାମଲା ରୁଜୁ ହୋଇଛିା ତେବେ ପୂର୍ବରୁ ଏହା ଏକ ଆତ୍ମହତ୍ୟା ମାମଲା ବୋଲି ପୁଲିସ ପକ୍ଷରୁ ତଦନ୍ତରେ ଜଣା ପଡିଥିବା ବେଳେ ପରିବାର ପକ୍ଷରୁ ତାଙ୍କ ପତ୍ନୀ ବନଜା ପଣ୍ଡା ଏହା ଏକ ହତ୍ୟା ମାମଲା ବୋଲି ଅଭି ଯୋଗ କରି କୋର୍ଟରେ କେଶ୍ ଦାୟେର କରିଥିଲୋ ଏହି ଘଟଣାକୁ ଏକବର୍ଷ ହେବାକୁ ଯାଉଥିବା ବେଳେ କୋର୍ଟର ଏହି ରାୟ ବର୍ତମାନ ଭିନ୍ନ ମୋଡ ନେଇଛିା ଅନ୍ୟ ପକ୍ଷରେ କୋର୍ଟର ନିର୍ଦେଶ କ୍ରମେ ଏହାର ପୁନଃ ତଦନ୍ତ ଆରମ୍ଭ ହେବ, ଏଥିପାଇଁ ମକଦମା ରୁଜୁ କରା ଯାଇଥିବା ମାଲକାନଗିରି ଆଇ.ଆଇ.ସି. ସ୍ପଷ୍ଟ କରିଛନ୍ତିା
ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁ ମାମଲା ନେଲା ଭିନ୍ନ ମୋଡ, ଜିଲ୍ଲାପାଳଙ୍କ ନାମରେ ରୁଜୁ ହେଲା ହତ୍ୟା ମାମଲା
Popular Categories



