www.samajalive.in
Sunday, December 7, 2025
26.1 C
Bhubaneswar

ସିଙ୍ଗାରୀ ଜଙ୍ଗଲରେ ଛଡା ହେଲା ଉଦ୍ଧାର ହେଇଥିବା ୬ ନାଗସାପ

କଲମପୁର : ଦିନକୁ ଦିନ ବୃଦ୍ଧି ପାଉଛି ନାଗ ସାପଙ୍କ ପ୍ରଭାବ। ସାପ ଏବଂ ମଣିଷ ଲଢେଇ ମଧ୍ୟରେ ଉଭୟ ମଣିଷ ଏବଂ ସାପଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି । ଗ୍ରୀଷ୍ମ ତାପର ପ୍ରଭାବ ବୃଦ୍ଧି, ଜଙ୍ଗଲରେ ନିଆଁର ପ୍ରକୋପ ସହ ଜଙ୍ଗଲର ପାଣି ଝରଣା ସବୁ ଶୁଷ୍କ ହେଇଯାଉଥିବାରୁ ସାପ ସବୁ ଖାଦ୍ୟ ଏବଂ ପାଣି ଅନ୍ୱେଷଣରେ ଜନ ବସତି ମୁହାଁ ହେଉଛନ୍ତି। ଅନେକ ସମୟରେ ଲୋକଙ୍କ ଶିକାର ହେଇ ମୃତ୍ୟୁ ବରଣ କରୁଛନ୍ତି । ସେହିଭଳି ମଣିଷ ମଧ୍ୟ ସାପ କାମୁଡାର ଶିକାର ହେଉଛନ୍ତି। ଗତ ବିଳମ୍ବିତ ରାତି ଏବଂ ଶୁକ୍ରବାର ଭୋର ସକାଳୁ କଲମପୁର ଏବଂ ଜୁନାଗଡ ଅଂଚଳରୁ ଉଦ୍ଧାର ହେଇଥିବା ୬ ଗୋଟି ନାଗ ସାପକୁ ସୁରକ୍ଷିତ ଭାବେ ଶୁକ୍ରବାର ସକାଳେ ସିଙ୍ଗାରୀ ସଂରକ୍ଷିତ ଜଙ୍ଗଲରେ ଛାଡି ଦିଆଯାଇଛି ।
ସୁଚନା ଅନୁସାରେ କର୍ଲାକୋଟ ଗ୍ରାମର ଶୁସାନ୍ତ ମୁଣ୍ଡା, ଦାସିଗାଁ ଭେଜିପଡାର ରଜନୀକାନ୍ତ ନାଏକ, ଦାସିଗାଁର ପରମାନନ୍ଦ ପୁଞ୍ଜି, ଭୁବନ ପ୍ରହରାଜ ଏବଂ ବଜିନ୍ଦ୍ର ଥପା ପ୍ରମୁଖ ପ୍ରମୁଖ ୫ଜଣଙ୍କ ଘର ଭିତରେ ଏବଂ ଛାତରେ ଥିବା ୫ ଗୋଟି ନାଗ ସାପକୁ ଦାସିଗାଁ ଠାରେ ରହୁଥିବା ସ୍ନେକ ହେଲ୍ପ ଲାଇନ ସଦସ୍ୟ ବିରେନ୍ଦ୍ର କୁମାର ସାହୁ କୌଶଳ କ୍ରମେ ଉଦ୍ଧାର କରିଥିଲେ । ଅନ୍ୟପଟେ ଗୁମାବାହାଲ ଠାରେ ଥିବା ନବୀନ ମାଝୀଙ୍କ ଘରରୁ ଅନ୍ୟ ଏକ ନାଗ ସାପକୁ ସ୍ଥାନୀୟ ସାପ ଧରାଳୀ ନରସିଂ ପରାଭୋଇ ଉଦ୍ଧାର କରିଥିଲେ। ଏହି ସମସ୍ତ ଉଦ୍ଧାର ହେଇଥିବା ନାଗ ସାପ ସବୁକୁ ସିଙ୍ଗାରୀ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡି ଦିଆଯାଇଛି । ସ୍ନେକ ହେଲ୍ପ ଲାଇନ ସଦସ୍ୟ ବିରେନ୍ଦ୍ର ସାହୁ ଏ କ୍ଷେତ୍ରରେ ଲୋକଙ୍କୁ ସେବା ପ୍ରଦାନ କରି ଆସୁଛନ୍ତି ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories