www.samajalive.in
Saturday, December 6, 2025
15.1 C
Bhubaneswar

ଦେଖନ୍ତୁ ଭିଡିଓ; ସାପର ଆଖି ସହ ମିଶାଉଥିଲେ ଆଖି, ଆଉ ତା’ପରେ..

ନୂଆଦିଲ୍ଲୀ : କେବେ ସାପର ଆଖି ସହ ଆଖି ମିଶାଇ ଦେଖିଛନ୍ତି କି? ଆଜ୍ଞା ହଁ କଥାଟା କାନକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ । ଜଣେ ବ୍ୟକ୍ତି ଏଭଳି କରିଛନ୍ତି । ସାପର ଆଖି ସହ ଆଖି ମିଶାଇ ଦେଖିବା ପରେ ଯାହା ହେଲା କେବେ କଳ୍ପନା ମଧ୍ୟ କରି ନଥିବେ । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ୍‌ ହେଉଛି । ଭିଡିଓ ସଭିଁଙ୍କ ଧ୍ୟାନକୁ ଆକର୍ଷିିତ କରୁଛି । ଭିଡିଓ ଦେଖିବା ପରେ କିଛି ଲୋକେ ଆଶ୍ଚର୍ଯ୍ୟ ଚକିତ ହେବା ସହ କିଛି ଭୟଭୀତ ହୋଇଛନ୍ତି । ନିଜର ଭିନ୍ନ ଭିନ୍ନ ମତ ମଧ୍ୟ ଦେଇଛନ୍ତି । ଭିଡିଓଟି କେଉଁ ଦିନର ଓ ସ୍ଥାନର ତାହାର ସ୍ପଷ୍ଟତା ମିଳିନାହିଁ।

- Advertisement -

ଭାଇରାଲ୍‌ ହେଉଥିବା ଭିଡିଓରେ ଦେଖିପାରିବେ, ଟେବୁଲ ଉପରେ ଏକ ଅହିରାଜ ସାପ ଫଣା ଟେକି ରହିଛି । ଠିକ୍‌ ସାପ ସାମ୍ନାରେ ଜଣେ ବୟସ୍କ ବ୍ୟକ୍ତି ବସିଛନ୍ତି । ବ୍ୟକ୍ତି ଜଣକ ସାପର ଆଖି ସହ ଆଖି ମିଶାଇ ଦେଖୁଛନ୍ତି । ସାପ ମଧ୍ୟ କିଛି ସମୟ ସେଭଳି ଚାହିଁ ରହୁଛି । ବ୍ୟକ୍ତି ଜଣକ ଧିରେ ଧିରେ ନିଜ ମୁହଁକୁ ସାପର ନିକଟତର କରୁଛନ୍ତି । କିଛି କ୍ଷଣ ମଧ୍ୟରେ ସାପ ବ୍ୟକ୍ତିଙ୍କ ବାମ ପଟ ଆଖିକୁ ଦଂଶନ କରୁଛି । ସେଠାରେ ହିଁ ଭିଡିଓ ଶେଷ ହେଉଛି। ଭିଡିଓଟିକୁ ୧୩ ଅକ୍ଟୋବରରେ ଶେୟାର କରାଯାଇଛି। ଏଯାଏଁ ଏହାକୁ ୩୨ ମିଲିୟନରୁ ଅଧିକ ଲୋକେ ଏହାକୁ ଦେଖି ସାରିଲେଣି।

ଜାଣନ୍ତୁ.. ଆରମ୍ଭ ହେଲା କାର୍ତ୍ତିକ ମାସ; ଭୁଲ୍‌ରେ ବି କରନ୍ତୁ ନାହିଁ ଏହି କାମ..

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories