www.samajalive.in
Sunday, December 14, 2025
23.1 C
Bhubaneswar

ଏସି ଭିତରୁ ନାଗ ଉଦ୍ଧାର

ଭୁବନେଶ୍ୱର :  ଏସି ଭିତରୁ ନାଗ ସାପ ଉଦ୍ଧାର କରାଯାଇଛି ।  ରାଜଧାନୀର ଏମ୍‌ସିଏଲ୍‌ କଲୋନୀରେ ଥିବା ଚିକିତ୍ସାଳୟର ଏସି ଭିତରୁ ଏହି ସାପକୁ ଉଦ୍ଧାର କରାଯାଇଛି । ମଙ୍ଗଳବାର ରୋଗୀମାନଙ୍କର ଚିକିତ୍ସା ଚାଲିଥିବା ବେଳେ ହଠାତ୍‌ ଏସି ଭିତରୁ ନାଗ ସାପ ଫଣା ଟେକି ବାହାରିଥିଲା । ତାକୁ ଦେଖି ସମସ୍ତେ ଭୟ ପାଇଯାଇଥିଲେ । ପରେ ସ୍ନେକ ହେଲ୍ପ ଲାଇନ୍‌କୁ ଖବର ଦିଆଯାଇଥିଲା । ସ୍ନେକ ହେଲ୍ପ ଲାଇନର ସଦସ୍ୟମାନେ ସାପଟିକୁ ଉଦ୍ଧାର କରିଛନ୍ତି । ଏସିର ବାହାରକୁ ଯାଇଥିବା ନଳ ବା ପାଇପ୍‌ ଭିତର ଦେଇ ସାପଟି ଚାଲି ଆସିଥିବା ସନ୍ଦେହ କରାଯାଉଛି । ସେଠାରେ କୌଣସ କାରଣ ପାଇଁ ମାଟି ଖୋଲି ଗଦା କରାଯାଇଥିବାରୁ ସାପଟି ମାଟି ଗଦା ଦେଇ ଏସିର ପାଇପ୍‌ ମଧ୍ୟ ଦେଇ ଏସି ଭିତରକୁ ପ୍ରବେଶ କରିଥିବା ଅନୁମାନ କରାଯାଉଛି ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories