ନୂଆଦିଲ୍ଲୀ : ସାପ ଓ ଚିଲ ଉଭୟ ଖୁବ୍ ଚତୁର । ଦ୍ରୁତ ଶିକାରୀ ମଧ୍ୟ । ଜଙ୍ଗଲରେ ଅନେକ ସମୟରେ ଉଭୟଙ୍କ ମଧ୍ୟରେ ଲଢେଇ ମଧ୍ୟ ଦେଖିବାକୁ ମିଳିଥାଏ । ଏହି ଲଢେଇରେ କେତେବେଳେ ଚିଲ ତ ପୁଣି କେତେବେଳେ ସାପ ଜିତି ଥାଏ । ନିକଟରେ ସୋସିଆଲ ମିଡିଆରେ ଉଭୟଙ୍କ ଏଭଳି ଏକ ଭିଡିଓ ଭାଇରାଲ୍ ହେଉଛି, ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି ।
What lesson did you learn from this? pic.twitter.com/czLfwTPO6h
— Nature is Amazing ☘️ (@AMAZlNGNATURE) May 20, 2024
ଜୁନ୍ ୨୬ରେ ମହାସଂଯୋଗ ; ଏମାନଙ୍କ ପାଇଁ ବରଦାନରୁ ହେବନି କମ୍, ହେବେ ଧନୀ, ହେବ ବିବାହ, ମିଳିବ ସଫଳତା
ଭିଡିଓର ଆରମ୍ଭରେ ଦେଖିପାରିବେ, ଏକ ଶିକାରୀ ଚିଲ ଆକାଶରୁ ଦ୍ରୁତ ଗତିରେ ତଳକୁ ଆସି ନିଜ ମୁନିଆ ନଖରେ ସାପକୁ ଜାବୁଡି ଧରୁଛି । ସାପଟିକୁ ଶିକାର କରିବା ପାଇଁ ଚିଲ ନିଜର ସମ୍ପୂର୍ଣ୍ଣ ଶକ୍ତି ଲଗାଇ ଦେଉଛି । ମାତ୍ର କିଛି ସମୟରେ ସବୁକିଛି ଓଲଟି ଯାଉଛି । ଚିଲ ସାପକୁ ଖାଇବାକୁ ଚେଷ୍ଟା କରୁଛି । ମାତ୍ର ସେହି ସମୟରେ ସାପ ନିଜ ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଥିବା ଦେଖିପାରିବେ । ଧିରେ ଧିରେ ସାପଟି ଚିଲ ଶରୀରରେ ଗୁଡାଇ ହୋଇ ଯାଉଛି । ଚିଲ ସାପ କବଳରୁ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରୁଛି । ମାତ୍ର କିଛି ସମୟରେ ଚିଲଟିର ମୃତ୍ୟୁ ହେଉଛି । ଭିଡିଓକୁ ଏଯାଏଁ ଲକ୍ଷ ଲକ୍ଷ ଲୋକେ ଦେଖି ସାରି ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।



