ଭୁବନେଶ୍ୱର: ଧଉଳି ଥାନା ଲିଙ୍ଗିପୁର ଛକରେ ସାମାନ୍ୟ ବଚସାକୁ ନେଇ ଭୁଜାଲି ମାଡ ହୋଇଛି । ଗାଡି ପାର୍କିଂ ନେଇ ବଚସା ବେଳେ ୨ଜଣଙ୍କୁ ଭୁଜାଲି ମାଡ କରାଯାଇଥିବା ଅଭିଯୋଗ ହୋଇଛି । ଘର ଆଗରେ ବାଇକ ରଖାଯାଇଥିବାରୁ ବାଇକଟି କାଢିଲେ କାର ବାହାରକୁ ବାହାର କରିବା କଥା କହିବାରୁ ବଚସା ହୋଇଥିଲା । ଏପରିକି ୮ରୁ ୧୦ଜଣ ବ୍ୟକ୍ତି ଗୋଟିଏ କାରକୁ ଭାଙ୍ଗି ଦେଇଛନ୍ତି । ଯେଉଁ ବ୍ୟକ୍ତିମାନେ ଆକ୍ରମଣ କରିଛନ୍ତି ସେମାନେ ନିକଟରେ ଜେଲରୁ ଆସିଥିବା ସୂଚନା ମିଳିଛି ।
Popular Categories



