ଡାକ୍ତରଖାନାରେ ପୁଲିସ ସମ୍ନାରେ ମୃତକଙ୍କୁ ଝଡାଫୁଙ୍କା

ବଲାଙ୍ଗୀର: ଟିଟିଲାଗଡ ଉପଖଣ୍ଡ ସରକାରୀ ମୁଖ୍ୟ ଡାକ୍ତରଖାନାରୁ ଏକ ଅଭାବନୀୟ ଘଟଣା ସମ୍ନାକୁ ଆସିଛି। ପୁଲିସର ଉପସ୍ଥିତରେ ଡାକ୍ତରଖାନା ଭିତରେ ମୃତକଙ୍କୁ ଝଡାଫୁଙ୍କା କରାଯାଇଥିବା ଘଟଣା ଦେଖିବାକୁ ମିଳିଛି। ଏହି ଘଟଣା ସମ୍ନାକୁ ଆସିବା ପରେ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

prayash

ସୂଚନଯୋଗ୍ୟ, ରବିବାର ବିଳମ୍ବିତ ରାତିରେ ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଅନ୍ତର୍ଗତ ସିଲଣ୍ଡା ଗ୍ରାମରେ ଜଣେ ଯୁବକଙ୍କୁ ସାପ କାମୁଡିଥିଲା। ତୁରନ୍ତ ତାଙ୍କୁ ଟିଟିଲାଗଡ଼ ଉପଖଣ୍ଡ ସରକାରୀ ମୁଖ୍ୟ ଡ଼ାକ୍ତରଖାନାକୁ ନିଆଯାଇଥିଲା।। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ମଧ୍ୟ ପରିବାର ଲୋକଙ୍କ ମନ ବୁଝିନଥିଲା। ପରେ ପୁଲିସ ସମ୍ମୁଖରେ ଗୁଣିଆ ଦ୍ବାରା ଡାକ୍ତରଖାନାରେ ଝଡାଫୁଙ୍କା କରାଯାଇଥିଲା। ମୃତକଙ୍କ ନାଁ ପିଙ୍କୁ ନାଗ ବୋଲି ଜଣା ପଡ଼ିଛି।

kalyan agarbati

Comments are closed.