ମୁମ୍ବଇ: ପ୍ରଥମ ଥର ପାଇଁ ମହାରାଷ୍ଟ୍ରରେ ନିର୍ବାଚନ ମଇଦାନକୁ ଓହ୍ଲାଇବ ଠାକରେ ପରିବାର। ନବରାତ୍ରରେ ଘଟସ୍ଥାପନ ଦିନ ଶିବସେନା ରାଜନୀତିରେ ନିଜ ପାଇଁ ଏହି ନୂଆ ଦ୍ବାର ଖୋଲିଛି। ଠାକରେ ପରିବାରରୁ ଆଦିତ୍ୟ ଠାକରେ ମୁମ୍ବଇର ୱର୍ଲି ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବା ନେଇ ଶିବସେନା ସ୍ଥିର କରିଛି। ଫଳରେ ବାଲା ସାହେବ ଠାକରେଙ୍କ ସମୟରୁ ମହାରାଷ୍ଟ୍ର ରାଜନୀତିକୁ ରିମୋର୍ଟ କଂଟ୍ରୋଲ ଜରିଆରେ ପରିଚାଳିତ କରୁଥିବା ଏହି ପରିବାର ସିଧାସଳଖ ମଇଦାନରେ ନଜର ଆସିବ। ଶିବସେନା ପକ୍ଷରୁ ଗତ ରବିବାର କିଛି ଆଶାୟୀଙ୍କୁ ଏବି ଫର୍ମ ପ୍ରଦାନ କରିଛି। ତେବେ ଯେଉଁମାନେ ନିର୍ବାଚନ ମଇଦାନକୁ ଓହ୍ଲାଇବାର ଥାନ୍ତି, ସେମାନଙ୍କୁ ଦଳ ପକ୍ଷରୁ ଏହି ଏବି ଫର୍ମ ବଣ୍ଟାଯାଇଥାଏ। ଶିବସେନାରେ ସମସ୍ତଙ୍କ ନଜର ୱର୍ଲି ଆସନ ଉପରେ ରହିଥିଲାବେଳେ ପାର୍ଟି ମୁଖ୍ୟ ଉଦ୍ଧବ ଠାକରେ ନିଜର ପୁଅ ଆଦିତ୍ୟଙ୍କ ନାମ ଏହି ଆସନ ପାଇଁ ଘୋଷଣା କରିଛନ୍ତି। ଆସନ୍ତା ୨ କିମ୍ବା ୩ ତାରିଖରେ ସେ ନିଜର ନାମାଙ୍କନପତ୍ର ଦାଖଲ କରିବେ ବୋଲି କୁହାଯାଉଛି। ଅକ୍ଟୋବର ୪ ତାରିଖକୁ ମହାରାଷ୍ଟ୍ରରେ ନାମାଙ୍କନପତ୍ର ଦାଖଲର ଶେଷ ଦିନ ଧାର୍ଯ୍ୟ କରାଯାଇଛି।
ପ୍ରଥମ କରି ନିର୍ବାଚନକୁ ଓହ୍ଲାଇବ ଠାକରେ ପରିବାର, ଆଦିତ୍ୟଙ୍କ ନାମ ଘୋଷଣା
Popular Categories



