ଢାକା : ଆଇସିସି ଦ୍ବାରା ଏକ ବର୍ଷ ବାସନ୍ଦ ହୋଇଥିବା ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟ ଅଧିନାୟକ ଷ୍ଟିଭେନ ସ୍ମିଥ୍ ବାଂଲାଦେଶ ପ୍ରିମିୟର ଲିଗ୍ (ବିପିଏଲ)ରେ ଖେଳିବେ ବୋଲି ଜଣାପଡିଛି। ପାକ୍ ଖେଳାଳି ସୋଏବ ମାଲିକଙ୍କ ବଦଳ ଖେଳାଳିଭାବେ ସ୍ମିଥ୍ କୋମିଲା ଭିକ୍ଟୋରିଆନ୍ସ ପାଇଁ ଚୁକ୍ତିବଦ୍ଧ ହୋଇଥିଲେ। ତେବେ ଅନ୍ୟ ଫ୍ରାଞ୍ଚାଇଜିଙ୍କ ଅଭିଯୋଗକ୍ରମେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ପୂର୍ବରୁ ସ୍ମିଥ୍ଙ୍କ ଅଂଶଗ୍ରହଣ ଉପରେ କଟକଣା ଲାଗୁ କରିଥିଲେ। ବର୍ତ୍ତମାନ ଫ୍ରାଞ୍ଚାଇଜିଗୁଡିକ ପକ୍ଷରୁ ଅଭିଯୋଗ ପ୍ରତ୍ୟାହାର ହେବାପରେ ସ୍ମିଥ୍ଙ୍କୁ ବିପିଏଲରେ ଭାଗନେବାକୁ ବିସିବି କର୍ତ୍ତୃପକ୍ଷ ପୁଣି ଅନୁମତି ଦେଇଛନ୍ତି। ଜାନୁଆରୀ ୫ରୁ ବିପିଏଲର ଆଗାମୀ ସଂସ୍କରଣ ଆରମ୍ଭ ହେବ।
Popular Categories



