www.samajalive.in
Thursday, December 11, 2025
13.1 C
Bhubaneswar

୫୯ତମ ପ୍ରତିଷ୍ଠା ଦିବସ ପାଳିବ ନନ୍ଦନକାନନ

ନନ୍ଦନକାନନ : ଦିନକ ପରେ ୫୯ ବର୍ଷରେ ପାଦ ଥାପିବ ନନ୍ଦନକାନନ ପ୍ରାଣୀଉଦ୍ୟାନ। ସବୁବର୍ଷ ପରି ନନ୍ଦନକାନନରେ ଚଳିତ ବର୍ଷ ଡିସେମ୍ବର ୨୯ରେ ପ୍ରତିଷ୍ଠା ଦିବସ ଧୁମଧାମରେ ପାଳନ କରାଯିବ । ଏଥିପାଇଁ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଜୀବଜନ୍ତୁ ଓ କର୍ମଚାରୀ, ଅଫିସର ଓ ପର୍ଯ୍ୟଟକଙ୍କ ମଧ୍ୟରେ ସମ୍ପର୍କକୁ ନିବିଡ଼ କରିବା ପାଇଁ କର୍ତ୍ତୃପକ୍ଷ ଏକ ସଚେତନତା ସଭା ଆୟୋଜନ କରୁଛନ୍ତି ବୋଲି ନନ୍ଦନକାନନ ପର୍ଯ୍ୟଟକ ଏସିଏଫ ଅମୂଲ୍ୟ କୁମାର ପରିଡ଼ା କହିଛନ୍ତି। ଏହି ପ୍ରତିଷ୍ଠା ଦିବସରେ ବଟାନିକାଲ ଗାର୍ଡେନ୍‍ରେ ଥିବା ଶାଗୁଣା ପ୍ରଜନନ କେନ୍ଦ୍ରକୁ ଉଦ୍‍ଘାଟନ କରିବେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ । ଆୟୋଜିତ ଉତ୍ସବରେ ପ୍ରଧାନ ମୁଖ୍ୟ ବନସଂରକ୍ଷକ ତଥା ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ବାବଧାନରେ ଡ. ସନ୍ଦୀପ ତ୍ରିପାଠୀଙ୍କ ସଭାପତିତ୍ୱରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ରାଉତରାୟ, ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନ ବାହିନୀ ମୁଖ୍ୟ ଡ. ଦେବବ୍ରତ ସ୍ୱାଇଁ, ନନ୍ଦନକାନନ ନିର୍ଦେଶକ ଡ. ହରିଶଙ୍କର ଉପାଧ୍ୟାୟ , ଉପନିର୍ଦେଶକ ଜୟନ୍ତ ଦାସ ପ୍ରମୁଖ ଯୋଗ ଦେବେ। ଉତ୍ସବରେ ଉଭୟ ଉଦ୍ୟାନର ସଫଳ ୨୨ କର୍ମଚାରୀଙ୍କୁ ୫ ହଜାରରୁ ୩ ହଜାର ଟଙ୍କାର ଚେକ୍‍ ଦେବା ସହ ସାର୍ଟିଫିକେଟ୍‍ ପ୍ରଦାନ କରାଯିବ ା ଚଳିତ ବର୍ଷର ସ୍ମରଣିକା ଓ ବାର୍ଷିକ ରିପୋର୍ଟ ମଧ୍ୟ ଉନ୍ମୋଚନ ହେବ ବୋଲି ଶ୍ରୀ ପରିଡ଼ା କହିଛନ୍ତି। ସଂପ୍ରତି ପର୍ଯ୍ୟଟନ ଋତୁ ଚାଲିଥିବାରୁ ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଗୁରୁବାର ୨୬ ହଜାର ୪ ଶହ ୩୮ ପର୍ଯ୍ୟଟକ ବୁଲିବାକୁ ଆସିଥିଲେ। ସେମାନଙ୍କଠାରୁ ଟିକଟ୍‍ ବାବଦରେ ୧୧ ଲକ୍ଷ ୯ ହଜାର ୬ ଶହ ୭୦ ଟଙ୍କା ରାଜସ୍ୱ ଆଦାୟ ହୋଇଥିଲା। ଗତବର୍ଷ ଡିସେମ୍ବର ୨୭ରେ ଏଠାକୁ ୩୭ ହଜାର ୫ ଶହ ୯୧ ଜଣ ପର୍ଯ୍ୟଟକ ଆସିଥିଲେ। ସେମାନଙ୍କଠାରୁ ୧୨ ଲକ୍ଷ ୨୭ ହଜାର ୨ ଶହ ୧୦ ଟଙ୍କା ରାଜସ୍ୱ ଆଦାୟ ହୋଇଥିବା ନନ୍ଦନକାନନ ରାଜସ୍ୱ ବିଭାଗ ରେଞ୍ଜର ତଥା ଏସିଏଫ୍ ସମୀର ସାହୁ କହିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories