ତଳେ ପଡିବାରୁ ସ୍ମାର୍ଟ ଫୋନକୁ ରକ୍ଷାକରିବ ‘ଏୟାର ବ୍ୟାଙ୍ଗ’ କଭର

0

ନୂଆଦିଲ୍ଲୀ : ବର୍ତ୍ତମାନର ପ୍ରଯୁକ୍ତିବିଦ୍ୟା ଯୁଗରେ ସ୍ମାର୍ଟଫୋନ ସମସ୍ତ ମଣିଷ ଜୀବନର ଏକ ଅଂଶ। ନିଜର ସ୍ମାର୍ଟଫୋନକୁ ସବୁ ସମୟ ସୁନ୍ଦର ରଖିବାପାଇଁ ସମସ୍ତେ ଆପ୍ରାଣ ଉଦ୍ୟମ କରିଥାନ୍ତି। ମୋବାଇଲ କାଚକୁ ରକ୍ଷା କରିବା ପାଇଁ ବିଭିନ୍ନ ସ୍କ୍ରିନ ଗାର୍ଡ, କଭର ଆଦି ବ୍ୟବହାର କରିଥାନ୍ତି। ଯେତେବେଳେ ଆପଣଙ୍କ ମହଙ୍ଗା ସ୍ମାର୍ଟଫୋନ ହତରୁ ପଡିଯାଏ ସମସ୍ତଙ୍କ ହୃଦୟ ସ୍ପନ୍ଦନ ବନ୍ଦ ହୋଇଯାଏ। ବର୍ତ୍ତମାନ ଏହା ପ୍ରଯୁକ୍ତିବିଦ୍ୟା ସାହାଯ୍ୟରେ ମଣିଷ ନିଜର ସ୍ମାଟଫୋନକୁ ହାତରୁ ପଡିବା ପରେ ନିଶ୍ଚିତରେ ରହିପାରିବ। କାରଣ, ଏୟାର ବ୍ୟାଙ୍ଗ ଆପଣଙ୍କ ମୋବାଇଲକୁ ତଳେ ପକାଇବାରୁ ରକ୍ଷାକରିବ। ସମସ୍ତ ପ୍ରକାର ମୋବାଇଲ କଭର ପରି ଏହି ମୋବାଇଲ କଭର ଲୋକମାନେ ମୋବାଇଲରେ ବ୍ୟବହାର କରିପାରିବେ। ଯେତେବେଳେ ଆପଣଙ୍କ ହାତରୁ ମୋବାଇଲ ଫୋନ ପଡିଯିବ ସେହି ସମୟରେ ଏହି କଭରରେ ଥିବା ଚାରୋଟି ଅଂଶ ବାହାରକୁ ବାହାରିଯିବ। ଯାହା ଆପଣଙ୍କ ମୋବାଇଲକୁ କିଛିସମୟ ପାଇଁ ତଳକୁ ପଡିବାକୁ ଦେବନାହିଁ। ସୂଚନାଯୋଗ୍ୟ ଯେ, ଜର୍ମାନୀର ଆଲେନ ବିଶ୍ୱବିଦ୍ୟାଳୟ ଛାତ୍ର ଫିଲିପ ଫେଞ୍ଜେଲ ଏହାର ନିର୍ମାଣ କରିଛନ୍ତି।

Leave A Reply