www.samajalive.in
Saturday, December 13, 2025
26.1 C
Bhubaneswar

କ୍ଷୁଦ୍ର ତାଜମହଲ ନିର୍ମାତାଙ୍କ ଦୁର୍ଘଟଣାରେ ମୃତ୍ୟୁ

ଗାଜିଆବାଦ: ପତ୍ନୀଙ୍କ ସ୍ମୃତିରେ କ୍ଷୁଦ୍ର ତାଜମହଲ ନିର୍ମାଣ କରିଥିବା ଉତ୍ତରପ୍ରଦେଶର ପୋଷ୍ଟମାଷ୍ଟର ଫୈଜୁ ହସନ କ୍ୱାଦ୍ରୀ (୮୩) ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ବୁଲନ୍ଦସହର ଅନ୍ତର୍ଗତ କସେର କାଲାନ ଗ୍ରାମସ୍ଥିତ ତାଙ୍କ ବାସଭବନ ବାହାରେ ଗୁରୁବାର ବିଳମ୍ବିତ ରାତିରେ ଏକ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଅଲ୍ଲୀଗଡ଼ର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ପୂର୍ବାହ୍ଣ ୧୧ଟାରେ ସେ ପ୍ରାଣ ହରାଇଛନ୍ତି ବୋଲି ପରିବାର ଲୋକ କହିଛନ୍ତି। ୨୦୧୧ ଡିସେମ୍ବରରେ କ୍ୱାଦ୍ରୀଙ୍କ ପତ୍ନୀ ତାଜମୁଲି ବେଗମଙ୍କ ମୃତ୍ୟୁ ହୋଇଥିଲା। ୧୯୫୩ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଏହି ଦମ୍ପତିଙ୍କର କୌଣସି ସନ୍ତାନ ସନ୍ତତି ନ ଥିଲେ। ପତ୍ନୀଙ୍କ ସ୍ମୃତି ଉଜ୍ଜିବିତ ରଖିବା ଉଦ୍ଦେଶ୍ୟରେ କ୍ୱାଦ୍ରୀ ନିଜ ବାସଭବନ ନିକଟରେ ତାଜମହଲ ଅନୁରୂପ ଏକ କ୍ଷୁଦ୍ର ସ୍ମାରକୀ ନିର୍ମାଣ କରିଥିଲେ। ସ୍ମାରକୀ ନିକଟରେ ନିଜ କବର ପାଇଁ ମଧ୍ୟ ସେ ସ୍ଥାନ ସଂରକ୍ଷଣ ରଖିଥିଲେ। ମାତ୍ର ଅର୍ଥାଭାବରୁ ଉକ୍ତ ଜମିକୁ ମଧ୍ୟ ବିକ୍ରି କରିବାକୁ ପଡିଥିଲା। ସରକାରୀ ବାଳିକା ବିଦ୍ୟାଳୟ ପାଇଁ ନିଜ ଜମି ଦାନ କରି ସେ ସମଗ୍ର ଦେଶରେ ଚର୍ଚ୍ଚିତ ହୋଇଥିଲେ। ଏକଦା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ତାଙ୍କୁ ଲକ୍ଷେ୍ନø ଡାକି ଆର୍ଥିକ ସହାୟତା ଦେଇଥିଲେ; ମାତ୍ର କ୍ୱାଦ୍ରୀ ତାକୁ ଗ୍ରହଣ କରି ନ ଥିଲେ। ତାଙ୍କ ପୁତୁରା ଏବେ କ୍ୱାଦୀଙ୍କ ଶେଷଇଚ୍ଛା ପୂରଣ ପୂର୍ବକ ତାଙ୍କୁ ଉକ୍ତ କ୍ଷୁଦ୍ର ତାଜମହଲ ପାଶ୍ୱର୍ରେ କବର ଦେବାକୁ ଉଦ୍ୟମ ଚଳାଇଛନ୍ତି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories