www.samajalive.in
Monday, December 15, 2025
26.1 C
Bhubaneswar

ଅମରାବତୀରେ ଚନ୍ଦ୍ରବାବୁ ନାଇଡୁଙ୍କୁ ଚପଲ ଫିଙ୍ଗିଲେ ଚାଷୀ

ଅମରାବତୀ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି(ଟିଡିପି) ମୁଖ୍ୟ ଏନ. ଚନ୍ଦ୍ରବାବୁ ନାଇଡୁଙ୍କୁ ଅମରାବତୀରେ ଗୁରୁବାର ଚାଷୀମାନେ ଚପଲ ଫିଙ୍ଗିଛନ୍ତି। ନାଇଡୁ କିଛି ନିର୍ମାଣ କାର୍ଯ୍ୟ ପରିଦର୍ଶନ କରିବାକୁ ଏକ ବସରେ ଯାଉଥିବାବେଳେ ଭେଙ୍କଟାପଲେମ ନିକଟରେ ଏହି ଘଟଣା ଘଟିଛି।

ସୂଚନା ଅନୁସାରେ, ୱାଇଏସଆର କଂଗ୍ରେସ ସମର୍ଥନରେ ଚାଷୀମାନେ ନାଇଡୁଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ନାଇଡୁଙ୍କ ଅମରାବତୀ ଗସ୍ତକୁ ବିରୋଧ କରାଯିବ ବୋଲି ପୂର୍ବରୁ ୱାଇଏସଆର କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଥିଲା। କୃଷକମାନଙ୍କ ସହିତ ମିଶି ୱାଇଏସଆର କଂଗ୍ରେସ ବିରୋଧ ପ୍ରଦର୍ଶନ କରିବ ବୋଲି ଘୋଷଣା କରିଥିଲା। ଘଟଣା ପରେ ନାଇଡୁ ଗଣମାଧ୍ୟମକୁ କହିଛନ୍ତି, ମୁଁ ଏକ ବିକଶିତ ହାଇଦ୍ରାବାଦ ପାଇଁ ଭିଜନ-୨୦୨୦ ପ୍ରସ୍ତୁତ କରିଥିଲି ଏବଂ ଆଜି ଏହାକୁ ସବୁଠାରୁ ବାସପୋଯୋଗୀ ସହର ମଧ୍ୟରେ ଅନ୍ୟତମ ସହରର ମାନ୍ୟତା ମିଳିଛି। ଏହି ଅନୁଭବ ସହିତ ମୁଁ ଅମରାବତୀକୁ ନେଇ ବି ଏଭଳି ଯୋଜନା କରିଥିଲି। କିନ୍ତୁ ଏହି ବ୍ୟକ୍ତି(ଜଗନ ମୋହନ ରେଡ୍ଡୀ) ଏହାର ଅବଧାରଣାକୁ ନଷ୍ଟ କରିଦେଇଛି।

- Advertisement -

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories