ଭଦ୍ରକ: ଭଦ୍ରକ ସହରର ଏକ ଘରୋଇ ନର୍ସିଂହୋମରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ଅସ୍ତ୍ରୋପଚାର ସମୟରେ ଡାକ୍ତରଙ୍କ ଅବହେଳା କାରଣରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ସ୍ବର୍ଣ୍ଣଲତା ମହାପାତ୍ର ନାମ୍ନୀ ମହିଳା ଭଦ୍ରକର ଏକ ଘରୋଇ ନର୍ସିଂହୋମ୍ରେ ନିଜର ଅସ୍ତ୍ରୋପଚାର ପାଇଁ ଆସିଥିଲେ। ବୁଧବାର ରାତି ପ୍ରାୟ ସାଢ଼େ ୧୧ଟାରେ ଅସ୍ତ୍ରୋପଚାର ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ସ୍ବର୍ଣ୍ଣଲତାଙ୍କ ସମ୍ପର୍କୀୟମାନେ ନର୍ସିଂହୋମରେ ପାଟିତୁଣ୍ଡ କରିଥିଲେ। ତେବେ ଡାକ୍ତରଙ୍କ ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଛି ବୋଲି ଆଜି ସକାଳେ ପରିବାର ଲୋକେ ଅଭିଯୋଗ ଆଣି ଭଦ୍ରକ ଟାଉନ୍ ଥାନାରେ ଏତଲା ଦେଇଛନ୍ତି। ଏହାପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ଡାକ୍ତରଙ୍କ ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ: ନର୍ସିଂହୋମ୍ରେ ଉତ୍ତେଜନା
Popular Categories



