www.samajalive.in
Monday, December 15, 2025
14.1 C
Bhubaneswar

ଆବଶ୍ୟକତା ଠାରୁ ଅଧିକ ଶୋଉଛି କି ? ସୃଷ୍ଟି ହୁଏ ଏହି ସମସ୍ୟା

ଅଧିକାଂଶ ସମୟରେ ଲୋକଙ୍କୁ କହିଥିବାର ଶୁଣିଥିବେ ସକାଳେ ଶୀଘ୍ର ଉଠିବାରେ ସମସ୍ୟା ହୋଇଥାଏ। ଆପଣ ମଧ୍ୟ ଏମାନଙ୍କ ମଧ୍ୟରେ ସାମିଲ ହୋଇଥିଲେ, ଏହାକୁ ସୁଧାରି ନିଅନ୍ତୁ। ଆଜ୍ଞା ହଁ ଯେପରି କମ ଶୋଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ସେହିପରି ଅଧିକ ଶୋଇବା ମଧ୍ୟ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ଜାଣନ୍ତୁ..
ଅଧିକ ସମୟ ଯାଏଁ ଶୋଇବା ଦ୍ୱାରା ବ୍ୟକ୍ତିଙ୍କ ଶାରୀରିକ ଭାବେ କାର୍ଯ୍ୟ କରିବାକୁ ଇଚ୍ଛା ନ ହେବା ସହ ରକ୍ତରେ ଶର୍କରାର ମାତ୍ରା ବୃଦ୍ଧି ପାଇଥାଏ। ଏକ ଅଧ୍ୟୟନ ଅନୁଯାୟୀ , ୯ ଘଣ୍ଟାରୁ ଅଧିକ ସମୟ ଶୋଇବା ଦ୍ୱାରା ରକ୍ତରେ ଶର୍କରାର ମାତ୍ରା ବୃଦ୍ଧି ପାଏ ଓ ମଧୁମେହ ହେବାର ସମ୍ଭାବନା ଅଧିକ ଥାଏ।
ମୁଣ୍ଡ ବିନ୍ଧା – ଅଧିକାଂଶ ସମୟରେ ଆବଶ୍ୟକତା ଠାରୁ ଅଧିକ ଶୋଇବା ଦ୍ୱାରା ମୁଣ୍ଡ ବିନ୍ଧା ସମସ୍ୟା ସୃଷ୍ଟି ହୋଇଥାଏ। ଭାରି ଭାରି ଲାଗିବା ଭଳି ଅନୁଭବ ହୋଇଥାଏ।
ହୃଦୟ ଜନିତ ରୋଗ – ଆବଶ୍ୟତା ଠାରୁ ଅଧିକ ଶୋଇବା ଦ୍ୱାରା ହୃଦୟ ଜନିତ ରୋଗ ହେବାର ସମ୍ଭାବନା ଅଧିକ ରହିଥାଏ। ଅଧ୍ୟୟନ ଅନୁଯାୟୀ, ୯ ରୁ ୧୧ ଘଣ୍ଟା ଶୋଇବା ଦ୍ୱାରା ହୃଦୟ ଜନିତ ରୋଗ ଓ ସମସ୍ୟା ହେବାର ସମ୍ଭବାନା ୩୮ ପ୍ରତିଶତ ଥାଏ।
ଅଧିକ ସମୟ ଶୋଇବା ଦ୍ୱାରା ମାନସିକ ଦୁଶ୍ଚିନ୍ତା ବୃଦ୍ଧି ପାଇଥାଏ। ଅଧିକ ସମୟ ଶୋଇବା ଦ୍ୱାରା ଅଧିକ ଆଳସ୍ୟ ଅନୁଭବ ହୋଇଥାଏ। କାମ କରିବାକୁ ଇଚ୍ଛା ଶକ୍ତି ହ୍ରାସ ପାଇଥାଏ। ମାନସିକ ଅଶାନ୍ତି ବଢିବା ସହ ମସ୍ତିଷ୍କ ଉପରେ କୁପ୍ରଭାବ ପଡିଥାଏ।
ଯେଉଁମାନେ ଅଧିକ ସମୟ ଅଫିସରେ ବସି କାମ କରନ୍ତି, ସେମାନେ ଆଦୌ ଅଧିକ ଶୋଇବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ପିଠିରେ ଯନ୍ତ୍ରଣା, ବେକ ଓ କାନ୍ଧରେ ଯନ୍ତ୍ରଣା ହେବା ଆରମ୍ଭ ହୋଇ ଥାଏ।
ଅଧିକ ଶୋଇବା ଦ୍ୱାରା ଶାରୀରିକ ପରିଶ୍ରମ କମ ହୋଇଥାଏ। ଫଳରେ କାମ କରିବାକୁ ଇଚ୍ଛା ହୋଇନଥାଏ। ଆଳସ୍ୟ ଅନୁଭବ ହୋଇଥାଏ।  ଏହାଦ୍ୱାରା ପାଚନ ତନ୍ତ୍ର ଉପରେ କୁପ୍ରଭାବ ପଡିବା ସହ ମୋଟାପଣ ବୃଦ୍ଧି ପାଇଥାଏ। ପାଚନ କ୍ରିୟା ସଠିକ ଧିମା ହେବା ସହ କୋଷ୍ଠକାଠିନ୍ୟ ସମସ୍ୟା ସୃଷ୍ଟି ହୋଇଥାଏ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories