ସ୍କୋଡା ଅଟୋ ଫକ୍ସଓ୍ବାଗନର ବଡ ସଫଳତା, ଗୋଟିଏ ପ୍ଲାଣ୍ଟରୁ ଉତ୍ପାଦନ କଲା ୧୫ ଲକ୍ଷ ଗାଡି

ନୂଆଦିଲ୍ଲୀ : ସ୍କୋଡା ଅଟୋ ଫକ୍ସଓ୍ବାଗନ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ନିଜ ଉପଲବ୍ଧିର ଉତ୍ସବ ପାଳନ କରୁଛି । ଭାରତରେ ଚକନ ପ୍ଲାଣ୍ଟରେ କମ୍ପାନୀର ପ୍ରସ୍ତୁତ ହେଉଥିବା ଗାଡି ଓ ଇଞ୍ଜିନ୍ ଉତ୍ପାଦନକୁ ନେଇ କମ୍ପାନୀ ନୂଆ ଉପଲବ୍ଧି ହାସଲ କରିଛି  । କମ୍ପାନୀ ଏହି ପ୍ଲାଣ୍ଟରେ ନିଜ ପ୍ରଥମ ଗାଡି ୨୦୦୯ରେ ପ୍ରସ୍ତୁତ କରିଥିଲା ଏବଂ ଏହା ପରଠୁ ଏପର୍ଯ୍ୟନ୍ତ କମ୍ପାନୀ ଏହି ପ୍ଲାଣ୍ଟରେ ୧୫ ଲକ୍ଷ ୟୁନିଟ୍ସର ଉତ୍ପାଦନ କରିସାରିଛି । ଏହି ସଫଳତାରେ ଫକ୍ସଓ୍ବାଗନ ଗ୍ରୁପର ବଛା ବଛା ମଡେଲ ଫକ୍ସଓ୍ବାଗନ ଭେଣ୍ଟୋ ଏବଂ ପୋଲୋ ଭଳି କାର୍ ସାମିଲ । ଏହା ବ୍ୟତୀତ ସ୍କୋଡା ଫାଭିଆ ଓ ରାପିଡ୍, ଫକ୍ସଓ୍ବାଗନ ଟାଇଗୁନ, ସ୍କୋଡା କୁସାକ୍, ଏବଂ ସ୍ଲାଭିଆ ଭଳି ମଡେଲ ମଧ୍ୟ ସାମିଲ ।

ଗତ କିଛି ବର୍ଷରେ ଏହି ଚକନ ପ୍ଲାଣ୍ଟରେ କମ୍ପାନୀର ଇଞ୍ଜିନ୍ ସପରେ ୩୦ ହଜାର ୟୁନିଟ୍ସ ପ୍ରସ୍ତୁତ କରାଯାଇଥିଲା । ଫକ୍ସଓ୍ବାଗନ ଗ୍ରୁପର ଅତ୍ୟାଧୁନିକ ଏବଂ ଉତ୍ତମ ଦକ୍ଷତା ବିଶିଷ୍ଟ ଇଞ୍ଜିନ ପ୍ରସ୍ତୁତ କରାଯାଇଛି । ଏହି କାରଖାନାରେ ୧ ଲିଟର ଟିଏସଆଇ ଇଞ୍ଜିନ୍ ପ୍ରସ୍ତୁତ କରାଯାଏ ଯାହା ସମ୍ପୂର୍ଣ୍ଣ ରୂପେ ମେଡ୍ ଇନ୍ ଇଣ୍ଡିଆ । ଏହା ବ୍ୟତୀତ ଗ୍ରୁପ୍ ଇଣ୍ଡିଆ ୨.୦ କାର ରେଞ୍ଜର ୩ ଲକ୍ଷ ୟୁନିଟ୍ସର ଉତ୍ପାଦନକୁ ମଧ୍ୟ ହାସଲ କରିଛି । ଏହି ସବୁ କାର୍ ୫ ଷ୍ଟାର୍ ସେଫ୍ଟି ସହିତ ଆସିଥାଏ ।

ଜୁନରେ ବଜାରକୁ ଆସିବ ଏହିସବୁ ସ୍ମାର୍ଟଫୋନ, ଜାଣନ୍ତୁ କ’ଣ ରହିଛି ଫିଚର୍ସ

କାର୍ ରପ୍ତାନୀ ମାମଲାରେ ମଧ୍ୟ କମ୍ପାନୀ ଅନେକ ସଫଳତା ହାସଲ କରିଛି । କମ୍ପାନୀ ନିଜର ସମୁଦାୟ ଉତ୍ପାଦନର ୩୦ ପ୍ରତିଶତ ଗାଡି ରପ୍ତାନୀ କରିଛି । ଏହି ସମୁହ ୪୦ ଦେଶକୁ ଗାଡି ରପ୍ତାନୀ କରିଛି ଏବଂ ଭାରତ ନିର୍ମିତ କାରର ରପ୍ତାନୀ କରୁଥିବା ସର୍ବଶ୍ରେଷ୍ଟ ୪ କମ୍ପାନୀଙ୍କ ମଧ୍ୟରେ ନିଜ ନାଁ ସାମିଲ କରିପାରିଛି ।

Comments are closed.