www.samajalive.in
Saturday, December 6, 2025
26.1 C
Bhubaneswar

ଖରାଦିନେ ଏପରି ନିଅନ୍ତୁ ମୁହଁର ଯତ୍ନ

ଖରାଦିନ ଆରମ୍ଭ ହେଲାଣି। ଏହି ଦିନରେ ନିଜ ମୁହଁର ବିଶେଷ ଭାବେ ଯତ୍ନ ନେବାକୁ ପଡ଼ିଥାଏ। ନିଜର କର୍ମବହୁଳ ଜୀବନର ବ୍ୟସ୍ତତାରେ ମଧ୍ୟ ଆମକୁ ନିଜ ମୁହଁ ପାଇଁ କିଛି ଉପାୟ ଦ୍ୱାରା ଏହାର ଯତ୍ନ ନେବାକୁ ପଡ଼ିବ। ଜାଣନ୍ତୁ , କିଛି ସହଜ ଉପାୟ ବିଷୟରେ କିପରି ଖରାଦିନେ ମୁହଁର ଯତ୍ନ ନେବେ….
ଖରାଦିନରେ ବାହାରକୁ ଯିବା ପୂର୍ବରୁ ନିଜ ମୁହଁ, ହାତ, ବେକ ଆଦି ଅଞ୍ଚଳରେ ସନକ୍ରିମ କିମ୍ବା ସନ ଲୋଶନ ଲଗାନ୍ତୁ। ମୁହଁରେ ସ୍କାର୍ଫ ବାନ୍ଧନ୍ତୁ।
ବାହାରୁ ଘରକୁ ଆସିବା ପରେ ମୁହଁକୁ ଓଦା କପଡ଼ାରେ ପୋଛିବା ପରେ କ୍ଲିନଜିଂ ମିଲ୍କରେ ପୋଛନ୍ତୁ।
ସପ୍ତାହକଚ ୨ ରୁ ୩ ଥର ମୁହଁରେ ଘିଁକୁଆରୀ ଲଗାନ୍ତୁ। କିଛି ସମୟ ଲଗାଇ ମୁହଁରେ ରଖିବା ପରେ ଏହାକୁ ଧୋଇ ଦିଅନ୍ତୁ।
ସପ୍ତାହକୁ ୨ ରୁ ୩ ଥର ଦହିରେ ବେସନ, ହଳଦୀ ଗୁଣ୍ଡ ମିଶାଇ ମୁହଁରେ ଲଗାନ୍ତୁ। ଏପରି କରିବା ଦ୍ୱାରା ମୁହଁର ରଙ୍ଗ ଗୋରା ରହିବା ସହ ମୁହଁ ଉଜ୍ୱଳ ଦେଖାଯାଏ।

courtesy : fashioncentral.in

ଆଖିତଳ ଓ ମୁହଁର ଯେଉଁ ଅଂଶ କଳା ପଡ଼ୁଛି ସେଠାରେ କାକୁଡ଼ିକୁ ପେଷି ଏହାର ରସକୁ ଲଗାନ୍ତୁ। ଏହି ସମସ୍ୟାରୁ ମୁକ୍ତି ମିଳିବ।
ଚନ୍ଦନ ଓ ତୁଳସୀକୁ ମିଶାଇ ଏହାକୁ ସପ୍ତାହକୁ ଥରେ ଲଗାନ୍ତୁ। ଏହାକୁ ମୁହଁରେ ଲଗାଇବା ଦ୍ୱାରା ମୁହଁ ଶୀତଳ ରହିବା ସହ ବିଭିନ୍ନ ଦାଗ ଦୂର ହୋଇଥାଏ।
ନିୟମିତ ରାତିରେ ଶୋଇବା ପୂର୍ବରୁ ମୁହଁକୁ ଗୋଲାପ ଜଳରେ ପୋଛି ଶୁଅନ୍ତୁ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories