www.samajalive.in
Saturday, December 6, 2025
26.1 C
Bhubaneswar

ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଆମିକସ୍ କ୍ୟୁରି

ପୁରୀ : ଶୁକ୍ରବାର ଦୁଇ ଦିନିଆ ଓଡିଶାଗସ୍ତରେ ଆସୁଛନ୍ତି ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍ କ୍ୟୁରି ରଞ୍ଜିତ କୁମାର । ଆସନ୍ତା କାଲି ପୁରୀରେ ଶ୍ରୀମନ୍ଦିରର ସଂସ୍କାର ପ୍ରସଙ୍ଗକୁ ନେଇ ସମୀକ୍ଷା ବୈଠକ କରିବେ । ଏହି ବୈଠକରେ ଆମିକସ୍ କ୍ୟୁରି ୫ଟି ପ୍ରସଙ୍ଗ ଉପରେ ଗୁରୁତ୍ବ ଆରୋପ କରିବେ ବୋଲି ଜଣାପଡିଛି । ବିଶେଷ କରି ସିସିଟିଭି କେଉଁ ସ୍ଥାନରେ ଲାଗିଛି ଓ ଏହାର କାର୍ଯ୍ୟକାରୀ, ଧାଡି ଦର୍ଶନ ବ୍ୟବସ୍ଥା, ମନ୍ଦିରର ସ୍ବଚ୍ଛତା ତଥା ପରିମଳର ସୁବ୍ୟବସ୍ଥା, ଭକ୍ତମାନଙ୍କ ଭିଡକୁ ନିୟନ୍ତ୍ରଣ ବ୍ୟବସ୍ଥା ଆଦି ଉପରେ ଆମିକସ୍ କ୍ୟୁରି ଅନୁଧ୍ୟାନ କରିବେ । ଏହା ସହ ସେବାୟତମାନଙ୍କ ସମସ୍ୟା ଓ ପରିଚୟ ପତ୍ର ପ୍ରସଙ୍ଗରେ ମଧ୍ୟ ଆମିକସ୍‌ କ୍ୟୁରି ଆଲୋଚନା କରିବେ । ଭକ୍ତଙ୍କଠାରୁ ଦାନ ଦକ୍ଷିଣା ଆଦାୟ ବନ୍ଦ, ଅନ୍ନଦାନ ଅଟିକା ଓ ବଂଶାନୁକ୍ରମିକ ସେବା ପରମ୍ପରା ଉଚ୍ଛେଦ ଆଦି ପ୍ରସ୍ତାବ ଉପରେ ନିଯୋଗର ଅସହମତି ରହିଥିବାରୁ ଆମିକସ୍‌ କ୍ୟୁରିଙ୍କ ନିକଟରେ ସେବାୟତମାନେ ମତ ରଖିପାରନ୍ତି । ଏତତ୍ ବ୍ୟତୀତ ଅକ୍ଟୋବର ୩ରେ ପୁରୀରେ ଘଟିଥିବା ହିଂସାକଣ୍ଡ ସମ୍ପର୍କରେ ବିସ୍ତୃତ ତଥ୍ୟ ହାସଲ କରିବେ । ପୂର୍ବରୁ ଆମିକସ୍ କ୍ୟୁରିଙ୍କ ସହଯୋଗୀ ପ୍ରିୟା ହିଙ୍ଗୋରାନୀ ଶ୍ରୀମନ୍ଦିର ପ୍ରଶାସକ ଓ ସେବକଙ୍କ ସହ ଆଲୋଚନା କରି ସାରିଛନ୍ତି ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories